ନୂଆଦିଲ୍ଲୀ : ଆଇସିସି ଡିସେମ୍ବର ମାସ ପାଇଁ ‘ପ୍ଲେୟାର୍ ଅଫ୍ ଦି ମନ୍ଥ୍’ ଘୋଷଣା କରିଛି । ଭାରତ ବିପକ୍ଷରେ ଗୋଟିଏ ଇନିଂସରେ ୧୦ ୱିକେଟ ନେଇଥିବା ନ୍ୟୁଜିଲାଣ୍ଡ ସ୍ପିନର ଏଜାଜ୍ ପଟେଲ ଡିସେମ୍ବର ମାସର ପ୍ଲେୟାର୍ ଅଫ୍ ଦି ମନ୍ଥ ବିବେଚିତ ହୋଇଛନ୍ତି । ଭାରତ ବିପକ୍ଷ ମ୍ୟାଚରେ ଘାତକ ବୋଲିଂକରି ଭାରତୀୟ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିବାରୁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିଛି ।
ସୂଚନାଯୋଗ୍ୟ ଯେ, ଭାରତୀୟ ବଂଶୋଦଭବ ଏଜାଜ୍ ପଟେଲ ମୁମ୍ବାଇରେ ଖେଳାଯାଇଥିବା ଭାରତ ବିପକ୍ଷ ଟେଷ୍ଟରେ ଗୋଟିଏ ଇନିଂସରେ ହିଁ ୧୦ଟି ୱିକେଟ୍ ନେଇ ବିଶ୍ୱର ତୃତୀୟ ବୋଲର ଭାବେ ଏହି ରେକର୍ଡ କରିଥିଲେ । ସେହିପରି ବ୍ୟାଟ୍ରେ ମଧ୍ୟ କମାଲ କରି ଉଭୟ ଇନିଂସରେ ୧୧୭ ରନର ଯୋଗଦାନ ଦେଇଥିଲେ ।