କବିରଙ୍କ ଫିଲ୍ମରେ ନାୟିକା ହେବେ ତାରା

ମୁମ୍ବାଇ: ଅଭିନେତ୍ରୀ ଅଭିନେତ୍ରୀ ତାରା ସୂତାରିଆ କବିର ସିଂ ନିର୍ଦ୍ଦେଶିତ ଓ ମୁରାଦ ଖେତାନୀ ପ୍ରଯୋଜିତ ଏକ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଜଣେ ଝିଅ ଜୀବନ ଜିଇବା ପାଇଁ କିଭଳି ଏକା ଏକା ସଂଘର୍ଷ କରୁଛି ତାହା ଏଇ ଚଳଚ୍ଚିତ୍ରରେ ପ୍ରତିଫଳିତ ହେବ । ସୂଚନା ଅନୁସାରେ ଏହା ୨୦୧୮ରେ ମୁକ୍ତିଲାଭ କରିଥିବା ତେଲୁଗୁ ଚଳଚ୍ଚିତ୍ର ଆରଏକ୍ସ-୧୦୦ର ହିନ୍ଦୀ ରିମେକ ।