ହର୍ଷାଲିଙ୍କୁ ଭାରତ ରତ୍ନ ଡକ୍ଟର ଆମ୍ବେଦକର ଆୱାର୍ଡ

ନୂଆଦିଲ୍ଲୀ : ସଲମାନ ଖାନଙ୍କ ଫିଲ୍ମ ବଜରଙ୍ଗୀ ଭାଇଜାନରେ ମୁନି ଭୂମିକାରେ ଅଭିନୟ କରିଥିବା ହର୍ଷାଲି ମଲହୋତ୍ରାଙ୍କୁ ମିଳିଲା ଭାରତ ରତ୍ନ ଡକ୍ଟର ଆମ୍ବେଦକର ଆୱାର୍ଡ । ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଏହି ପୁରସ୍କାରକୁ ଅଭିନେତ୍ରୀ ସଲମାନ ଖାନଙ୍କ ଫିଲ୍ମ ବଜରଙ୍ଗୀ ଭାଇଜାନଙ୍କୁ ଉତ୍ସର୍ଗ କରିଛନ୍ତି । ହର୍ଷାଲି ମାଲହୋତ୍ରାଙ୍କୁ ଭାରତ ରତ୍ନ ଡକ୍ଟର ଆମ୍ବେଦକର ପୁରସ୍କାରରେ ସମ୍ମାନିତ କରାଯାଇଛି । ଏନେଇ ସେ ଏକ ପୋଷ୍ଟର ଲେଖିଛନ୍ତି- ଯେ, ଶ୍ରୀ ଭଗତ ସିଂ କୋଶ୍ୟାରିଙ୍କ ଠାରୁ ଭାରତ ରତ୍ନ ଡକ୍ଟର ଆମ୍ବେଦକର ପୁରସ୍କାର ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି । ସେହିପରି ଏହି ପୁରସ୍କାର ସଲମାନ ଭାଇଜାନ ଟିମକୁ ଉପରେ ବିଶ୍ୱାସ କରିଥିବା ପାଇଁ ଧନ୍ୟବାଦ ଏହା ସବୁ ତାଙ୍କ ପାଇଁ ହୋଇପାରିଛି ।