ଓମକ୍ରିନକୁ ରୋକିପାରିବନି କୋଭିଡ ଟିକା!

ନୂଆଦିଲ୍ଲୀ: ସାରା ଦେଶରେ ପୁଣିଥରେ ଦ୍ରୁତ ଗତିରେ ମାଡିଚାଲିଛି କୋଭିଡ ଲହର । ସେହିପରି ଭାରତରେ ମଧ୍ୟ କୋଭିଡ ସଂକ୍ରମଣ ବଢିବାରେ ଲାଗିଛି । ବିଶେଷଜ୍ଞଙ୍କ ମତରେ ବୁଷ୍ଟର ଡୋଜ ଓମକ୍ରିନ୍‌କୁ ରୋକି ପାରିବନି ଓ ସମସ୍ତେ ଏହି ସଂକ୍ରମଣରେ ସଂକ୍ରମିତ ହେବେ । ଏନେଇ ଆଇସିଏମଆର୍‌ର ବିଶେଷଜ୍ଞ ଡାକ୍ତର ଜୟପ୍ରକାଶ ମୁଲିଲ ଏକ ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଆମମାନଙ୍କ ମଧ୍ୟରୁ ଅଧିକାଂଶ କରୋନା ସଂକ୍ରମିତ ହୋଇଥିଲେ ସୁଦ୍ଧା ଜାଣିପାରିବାନି । ସେହିପରି ସେ କହିଛନ୍ତି ଯେ, ଟିକାର ବୁଷ୍ଟର୍‌ ଡୋଜ ମଧ୍ୟ ଏହି ମହାମାରୀକୁ ରୋକି ପାରିବନି ।