ଆମେରିକା ଦୂତାବାସରେ ରକେଟ୍‌ ମାଡ

ନୂଆଦିଲ୍ଲୀ: ଆମେରିକାର ଦୂତାବାସ ଥିବା ବାଗଦାଦର ଗ୍ରିନ ଜୋନରେ ରକେଟ୍‌ ଆକ୍ରମଣ ହୋଇଛି । ଏହି ରକେଟ ଆକ୍ରମଣରେ ୩ଜଣ ଆହତ ହୋଇଥିବା ସୂଚନା ମିଳିଛଇ । ଅନ୍ୟପକ୍ଷରେ ଏହି ଅଞ୍ଚଳରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାରର କର୍ମଚାରୀମାନେ ନିରାପଦ ରହିଥିବା କହିଛନ୍ତି ବୈଦେଶିକ ବିଭାଗ ଅଧିକାରୀ କହିଛନ୍ତି ।

ସୂଚନା ଅନୁସାରେ ଏହି ରକେଟଗୁଡିକ ମଧ୍ୟରୁ ଗୋଟିଏ ସ୍କୁଲରେ ପଡିଥିବା ବେଳେ ଆଉ ଦୁଇଟି ଆମେରିକା ଦୂତାବାସ ପ୍ରାଙ୍ଗଣରେ ପଡିଥିଲା । ଇରାକୀୟ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ଗ୍ରିନ ଜୋନ ଆଡକୁ ୩ଟି ରକେଟ ନିକ୍ଷେପ କରାଯାଇଥିଲା । ସେଥିରୁ ଦୁଇଟି ଆମେରିକୀୟ ଦୂତାବାସ ପ୍ରାଙ୍ଗଣରେ ପଡିଲା ଏବଂ ଗୋଟାଏ ସ୍କୁଲ୍‌ ପାଖରେ ପଡିବାରୁ ୩ଜଣ ଆହତ ହୋଇଛନ୍ତି ।