ପରଲୋକରେ ବରିଷ୍ଠ ସାମ୍ବାଦିକ କମାଲ୍‌ ଖାନ

ନୂଆଦିଲ୍ଲୀ: ଏନ୍‌ଡିଟିଭିର ବରିଷ୍ଠ ସାମ୍ବାଦିକ କମାଲ୍‌ ଖାନଙ୍କର ଦୃଦଘାତରେ ମୃତ୍ୟୁ ଘଟିଛି । ଏନେଇ ତାଙ୍କ ପତ୍ନୀ ଏହି ସୂଚନା ଦେଇଛନ୍ତି । ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବହୁ ବର୍ଷ ଧରି କମାଲ ଏନଡିଟିଭି ଉତ୍ତର ପ୍ରଦେଶ ବ୍ୟୁରୋର ମୁଖ୍ୟ ଭାବେ କାର୍ଯ୍ୟ କରି ଆସୁଥିଲେ । ତାଙ୍କର ବିୟୋଗ ଯୋଗୁଁ ଗଣମାଧ୍ୟମ ଦୁନିଆରେ ବଡ କ୍ଷତି ଘଟିଛି । ଏହି ଘଟଣା ଦୁଃଖଦାୟକ ବୋଲି ଟୁଇଟ୍‌ କରି କହିଛନ୍ତି ଏନଡିଟିଭି । ଏନଡିଟିଭିର ଜଣେ ବରିଷ୍ଠ ତଥା ଜଣେ ସର୍ବୋତ୍ତମ ସାମ୍ବାଦିକ କମାଲ ଖାନଙ୍କୁ ହରାଇ ଆମେ ଭାଙ୍ଗିପଡିଛୁ ।

ସୂଚନା ଅନୁଯାୟୀ ଗତ ଏକ ଦଶନ୍ଧି ଧରି କମାଲ୍‌ ତାଙ୍କର ସତ୍ୟନିଷ୍ଠସମ୍ପନ୍ନ ରିପୋର୍ଟଗୁଡିକ ଲାଗି ଜାତୀୟସ୍ତରରେ ଚର୍ଚ୍ଚାରେ ରହିଆସୁଥିଲେ । ସତ୍ୟକୁ ଅତି ସହଜ ସୁଲଭ ଢଙ୍ଗରେ ପ୍ରକାଶ କରୁଥିଲେ । ସବୁଠୁ ବଡ କଥା ହେଉଛି ସେ ଥିଲେ ଜଣେ ଚମତ୍କାର ମଣିଷ । ତାଙ୍କର ପରିବାରବର୍ଗଙ୍କ ପ୍ରତି ଆମର ନିଷ୍ଠାପର ସମବେଦନା ଓ ଦିବଂଗତ ଆତ୍ମା ପାଇଁ ପ୍ରାର୍ଥନା ।