୩ ମିନିଟ୍‌ ପାଇଁ ୫ କୋଟି

ନୂଆଦିଲ୍ଲୀ : ସାଉଥ ଫିଲ୍ମ ‘ପୁଷ୍ପା’ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ ସହ ଧମାଲ କରିଛି । ତେବେ ଏହି ଫିଲ୍ମର ଗୀତକୁ ନେଇ ଏବେ ଚର୍ଚ୍ଚା ମଧ୍ୟ ହେଉଛି । ଏହି ଫିଲ୍ମରେ ରହିଥିବା ଏକ ଗୀତରେ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଥିଲା । ତେବେ ସାମନ୍ଥା ଏହି ୩ ମିନିଟର ଆଇଟମ୍‌ ଗୀତ ପାଇଁ ୫ କୋଟି ଟଙ୍କା ନେଇଥିବା ଜଣାପଡିଛି । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଲ୍ଲୀ ଅର୍ଜୁନ ଓ ରଶ୍ମିକା ମନ୍ଦାନା ନଜର ଆସିଛନ୍ତି ।