ଦେଶରେ ପୁଣି ନବୀନ ନେତା ନମ୍ବର ୱାନ

ଭୁବନେଶ୍ୱର : ଦେଶରେ ପୁଣି ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ ସର୍ଭେରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି ନବୀନ ପଟ୍ଟନାୟକ । ସେହିପରି ୭୧.୧ % ଲୋକଙ୍କ ପସନ୍ଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ରିପୋର୍ଟରେ କୋଭିଡ ପରିଚାଳନାରେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରାଯିବା ସହ କୋଭିଡ ମୁକାବିଲାରେ ବି ଓଡ଼ିଶା ଏକ ନମ୍ବର ହୋଇଛି । ଜନକଲ୍ୟାଣ ଯୋଜନା ଓ ଲୋକାଭିମୁଖୀ ଶାସନର ରୋଲ୍‌ ମଡେଲ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।

ଅନ୍ୟପକ୍ଷରେ ରାଜ୍ୟରେ ବିକାଶ, ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନକୁ ବି ଏହି ସର୍ଭେରେ ସାମିଲ କରାଯାଇଛି । ନାରୀ ସଶକ୍ତିକରଣ, ସ୍ଥିରତା, ସୁଶାସନ, ଦୁର୍ନୀତି ଓ ଭ୍ରଷ୍ଟାଚାରମୁକ୍ତ ଓଡ଼ିଶା ଗଠନରେ ନବୀନ ସାଜିଛନ୍ତି ଷ୍ଟେଟସ୍‌ ମ୍ୟାନ୍‌ । ସେହିପରି କୋଭିଡ୍‌ ପରିଚାଳନା ପାଇଁ ୭୬.୭ ପ୍ରତିଶତ ଲୋକଙ୍କଠାରୁ ସମର୍ଥନ ମିଳିଛି ଓହିଶାକୁ । ଅନ୍ୟପକ୍ଷରେ ଏହି ସର୍ଭେରେ ଦ୍ୱିତୀୟରେ ଉତ୍ତରପ୍ରଦେଶ, ତୃତୀୟରେ ଆସାମ, ଚତୁର୍ଥରେ ତାମିଲନାଡୁ ଓ ପଞ୍ଚମରେ ମହାରାଷ୍ଟ୍ର ରହିଛି । ଲୋକପ୍ରିୟତାରେ ନବୀନଙ୍କ ପଛକୁ ରହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତୃତୀୟରେ ରହିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ରହିଛନ୍ତି ।