ଶସ୍ତା ହେଲା ବିଦେଶୀ ମଦ!

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ସରକାର ଲୋକଙ୍କ ପାଇଁ ଏଥର ଏକ୍ସାଇଜ୍‌ ପଲିସିରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ସେହିପରି ଏଠାରେ ବିଦେଶୀ ମଦ ଶସ୍ତା ହେବ ସହ ଘରେ ଅଧିକ ପରିମାଣର ମଦ ମଧ୍ୟ ରଖିପାରିବେ । ଏପ୍ରିଲ ୧ରୁ ମଧ୍ୟପ୍ରଦେଶର ଲୋକମାନେ ୪ ବାକ୍ସ ବିୟର ଏବଂ ୨୪ ବୋତଲ ମଦ ଘରେ ରଖିପାରିବେ । ସେହିପରି ସରକାରଙ୍କ ତରଫରୁ ଘରେ ବାର୍‌ ଖୋଲିବା ନେଇ ଅନୁମତି ମଧ୍ୟ ଦିଆଯାଇଛି । ତେବେ ଯେଉଁମାନଙ୍କ ବାର୍ଷିକ ଆୟ ୧ କୋଟିରୁ ଅଧିକ ସେମାନଙ୍କୁ ୫୦ ହଜାର ଟଙ୍କାର ଟାକ୍ସ ଦେବାକୁ ପଡିବ ।