ନୂଆଦିଲ୍ଲୀ: କେରଳର ପୂଜାପୋରା କେନ୍ଦ୍ରୀୟ ଜେଲରେ ରହୁଥିବା ୨୬୨ କଏଦୀ କୋଭିଡ ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ଜେଲରେ ରହୁଥିବା ୯୩୬ ଜଣ କଏଦୀଙ୍କ କୋଭିଡ ଟେଷ୍ଟ କରାଯାଇଥିଲା । ସେଥିମଧ୍ୟରେ ୨୬୨ ଜଣଙ୍କ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସେହିପରି ପଜିଟିଭ ହୋଇଥିବା କଏଦୀଙ୍କୁ ଏକ ସ୍ୱତନ୍ତ୍ର ସେଲରେ ରଖାଯାଇଛି । ଅନ୍ୟପକ୍ଷରେ ଆକ୍ରାନ୍ତ ହୋଇଥିବା ସମସ୍ତ କଏଦୀ ସୁସ୍ଥ ଥିବା କୁହାଯାଉଛି । ସୂଚନାଯୋଗ୍ୟ, କେରଳରେ ଦ୍ରୁତଗତିରେ ବୃଦ୍ଧି ପାଉଛି କୋଭିଡ ସଂକ୍ରମଣ ମାମଲା।