ୱାସିଂଟନ : ଆମେରିକା ଚୀନର ୩ଟି କ୍ଷେପଣାସ୍ତ୍ର କମ୍ପାନି ଉପରେ କଟକଣା ଲଗାଇଛନ୍ତି । ଏହି କମ୍ପାନି ବିଶ୍ୱରେ ଆଣବିକ କ୍ଷମତା ସଂପନ୍ନ କ୍ଷେପଣାସ୍ତ୍ରର ପ୍ରସାର କରୁଛନ୍ତି ବୋଲି ଆମେରିକା ଅଭିଯୋଗ କରିଛି । ସେହିପରି ଇରାନ, ଉତ୍ତରକୋରିଆକୁ ଚୀନ ମିସାଇଲ ଟେକନଲୋଜୀ ଯୋଗାଉଥିବାରୁ ଏହି ପଦକ୍ଷେପ ନେଇଛି ଆମେରିକା । ଏହି କମ୍ପାନିମାନେ କ୍ରୁଜ ମିସାଇଲ ଓ ଦୂରଗାମୀ ବାଲିଷ୍ଟିକ ମିସାଇଲ ନିର୍ମାଣ କରିଥାନ୍ତି ।
ଅନ୍ୟପକ୍ଷରେ ଆମେରିକାର ଏହି କଟକଣାକୁ ବିରୋଧ କରିଛି ଚୀନ । ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜାନ କହିଛନ୍ତ ଯେ, ସମଗ୍ର ବିଶ୍ୱରେ ଗଣସଂହାରକାରୀ ଅସ୍ତ୍ରଶସ୍ତ୍ରର ପ୍ରସାର କ୍ଷେତ୍ରରେ ସବୁଠାରୁ ଆଗରେ ଆମେରିକା ରହିଥିବାବେଳେ ଚୀନ ଉପରେ କଟକଣା ଲଗାଇବା ଆମେରିକାର ଦୋମୁହାଁ ନୀତିର ପରିଚାୟ । ସେହିପରି ସେ କହିଛନ୍ତି ଯେ, ଆମେରିକା ନିଜର ଭୁଲ ସୁଧାରିବା ପାଇଁ ଆହ୍ୱାନ ଦେଇଛନ୍ତି ।