ୟୁଏଇରେ ଡ୍ରୋନ ମନା

ନୂଆଦିଲ୍ଲୀ : ଆବୁଧାବି ବିମାନ ବନ୍ଦରରେ ନିକଟରେ ଡ୍ରୋନ ଆକ୍ରମଣ ପରେ ଏକ ବଡ ନିଷ୍ପତ୍ତି ଗ୍ରହଣ କରିଛି । ୟୁଏଇରେ ଆସନ୍ତା ମାସେ ପର୍ଯ୍ୟନ୍ତ ଡ୍ରୋନ ଉଡାଣ ଉପରେ କଟକଣା ଲଗାଯାଇଛି । ଏନେଇ ୟୁଏଇର ଆଭ୍ୟନ୍ତରୀଣ ବ୍ୟାପର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଯଦି କେହି ଏହି କଟକଣା ଉଲ୍ଲଂଘନ କରନ୍ତି ତେବେ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମନ୍ତ୍ରଣାଳୟ କହିଛି ଯେ, ଡ୍ରୋନର ଅପବ୍ୟବହାର ଏବଂ ନିଷିଦ୍ଧାଞ୍ଚଳର ଏହାର ଉଡାଣ ହେଉଥିବା ନଜରକୁ ଆସିବା ପରେ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଅନ୍ୟପକ୍ଷରେ ଜରୁରୀକାଳିନ ସ୍ଥିତିରେ ଅଧିକାରୀଙ୍କ ଅନୁମତି ନେଇ ଡ୍ରୋନ ଉଡାଣ କରିପାରିବେ ବୋଲି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, କିଛିଦିନ ତଳେ ଆବୁଧାବି ବିମାନ ନିକଟରେ ଏକ ଡ୍ରୋନ ଆକ୍ରମଣ ହୋଇଥିଲା । ଏଥିରେ ଦୁଇ ଭାରତୀୟଙ୍କ ସହ ଜଣେ ପାକିସ୍ତାନ ନାଗରିକଙ୍କ ମୃତ୍ୟୁ ଘଟିବା ସହ ପ୍ରାୟ ୬ ଜଣ ଆହତ ହୋଇଥିଲେ ।