ରୋହିତ ଶର୍ମାଙ୍କୁ ମିଳିପାରେ ଟେଷ୍ଟ ଅଧିନାୟକ!

ନୂଆଦିଲ୍ଲୀ : ଭାରତୀୟ-ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ ହେବା ପରେ ଭାରତୀୟ ଦଳକୁ ନୂଆ ଅଧିନାୟକ ମିଳିପାରେ । ସାଉଥ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ହାରିବା ପରେ ଟେଷ୍ଟ ଅଧିନାୟକ ପଦ ଛାଡିଥିଲେ ବିରାଟ କୋହଲି । ସେହିପରି ଭାରତୀୟ ଦଳର ନୂଆ ଟେଷ୍ଟ ଅଧିନାୟକ କିଏ ହେବେ ସେ ନେଇ କସରତ ଲାଗିରହିଛି । ଅନ୍ୟପକ୍ଷରେ ରୋହିତ ଶର୍ମା ଟେଷ୍ଟ ଅଧିନାୟକ ହେବା ନେଇ ପ୍ରାୟ ନିଶ୍ଚିତ ହୋଇସାରିଛି ।

ରୋହିତ ଶର୍ମା ବର୍ତ୍ତମାନ ଭାରତୀୟ ଦଳର ଦିନିକିଆ ଏବଂ ଟି-୨୦ ଅଧିନାୟକ ନିଯୁକ୍ତ ପାଇଛନ୍ତି । କାରଣରୁ ସେ ଦଳରୁ ବାହାରେ ଥିବାରୁ ତାଙ୍କ ସ୍ଥାନରେ ଲୋକେସ୍‌ ରାହୁଲଙ୍କୁ ଅଧିନାୟକ ଭାର ଦିଆଯାଇଛି । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ରୋହିତଙ୍କୁ ଉପଅଧିନାୟକ କରାଯାଇଥିଲା । ଏହି ଦୃଷ୍ଟିରୁ କୋହଲିଙ୍କ ପରେ ରୋହିତ ଟେଷ୍ଟ ଅଧିନାୟକ ହେବା ନିଶ୍ଚିତ ହୋଇଛି । ଏ ନେଇ ଖୁବଶୀଘ୍ର ଘୋଷଣା କରିପାରେ ବିସିସିଆଇ ।