ପୁଣିଥରେ ଏକାଠି ହେବେ ସାମନ୍ଥା-ନାଗା!

ମୁମ୍ବାଇ: ପୁଣି ଚର୍ଚ୍ଚାରେ ସାଉଥ ଯୋଡି ସମନ୍ଥା-ନାଗା ଚୈତନ୍ୟ । ହେଲେ ଏବେ ସମନ୍ଥାଙ୍କ ହାବଭାବରୁ ଜଣାପଡୁଛି ଯେ, ସେ ପୁଣିଥରେ ସ୍ୱାମୀ ନାଗାଙ୍କ ସହ ମିଶିପାରନ୍ତି । ସ୍ୱାମୀ ନାଗାଙ୍କ ସହ ବିବାହ ବିଚ୍ଛେଦକୁ ନେଇ ସାମନ୍ଥା ଟ୍ୱିଟ କରି ଫ୍ୟାନ୍ସଙ୍କୁ ଜଣାଇଥିବା ବେଳେ ଏବେ ସେହ ଟ୍ୱିଟକୁ ଡିଲିଟ କରି ଦେଇଛନ୍ତି । ଫଳରେ ଉଭୟ ପୁଣିଥରେ ଏକାଠି ହେବା ନେଇ ଚର୍ଚ୍ଚା ଚାଲିଛି । ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ମାସରେ ଉଭୟଙ୍କ ଛାଡପତ୍ର ନେଇଥିବା ନେଇ ଘୋଷଣା କରିଥିଲେ ।