୫ ବର୍ଷର ଶିଶୁକୁ ଦୁଷ୍କର୍ମ କଲା ପଡ଼ୋଶୀ ଯୁବକ

ପୁରୀ: ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳରେ ଜଣେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ। ପଡୋଶୀ ଘରର ଜଣେ ଯୁବକ ଏହି ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ଶିଶୁକନ୍ୟାର ପରିବାର ଲୋକ। ଥାନାରେ ଅଭିଯୋଗ ପରେ ବଳିଆପଣ୍ଡା ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ଜଣକ ଶୁଭାଶିଷ ତ୍ରିପାଠୀ ବୋଲି ପୋଲିସ କହିଛି। ଗତ ତିନିଦିନ ଦିନ ଭିତରେ ପୁରୀରେ ତିନି ତିନୋଟି ଶିଶୁକନ୍ୟାକୁ ଦୁଷ୍କର୍ମ ହୋଇଥିବା ବେଳେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଏସ୍‌ପି ମିହିର କୁମାର ପଣ୍ଡା କହିଛନ୍ତି।