ପୋଲିସ ଓ ପ୍ରଶାସନକୁ ଅପବ୍ୟବହାର କରି ରାଜ୍ୟସରକାର ଏଭଳି ହୀନ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି

ମହିଳା ଓ ଶିଶୁଙ୍କୁ ନ୍ୟାୟ ଦେବା ବଦଳରେ ଅପରାଧୀଙ୍କୁ ଘଂଟଘୋଡାଉଛନ୍ତି ରାଜ୍ୟ ସରକାର: ଡ.ଲେଖାଶ୍ରୀ

ଭୂବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌) ତା.୨୫/୦୧: ମହିଳା ହିଂସା ଓ ଶିଶୁ ନିର୍ଯ୍ୟାତନାରେ ଓଡିଶା ରାଜ୍ୟ ସର୍ବ ଭାରତୀୟସ୍ତରରେ ଦି୍ୱତୀୟ ସ୍ଥାନ ଅଧିକାର କରିଛି ବୋଲି ସଦ୍ୟ ପ୍ରକାଶିତ ଏନସିଆରବି ରିପୋର୍ଟରେ ଉଲ୍ଲେଖ ହୋଇଛି । ରାଜ୍ୟରେ ପ୍ରତିଦିନ ହାରାହାରି ୪ ଦୁଷ୍କର୍ମ ଓ ୬ ଅପହରଣ ଘଟଣାଘଟିଚାଲିଛି । ଗତ ୫ ବର୍ଷରେ ୨୭ ହଜାରରୁ ଉଦ୍ଧ୍ୱର୍ଶିଶୁ ନିଖୋଜ ଅଛନ୍ତି । ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଲଜ୍ଜାଜନକ । ରାଜ୍ୟ ସରକାର ଏଭଳି ଲଜ୍ଜାଜନକ ସ୍ଥିତିରୁ ମୁକୁଳିବା ପାଇଁ ଦୋଷୀଙ୍କ ବିରୁଦ୍ଧରେ କୈାଣସି ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତେ ନୀରବଦ୍ରଷ୍ଟା ସାଜି ରହି ଏଭଳି ହୀନ ଓ ଘୃଣ୍ୟ ଅପରାଧକୁ ପ୍ରୋତ୍ସାହିତ କରୁଛନ୍ତି ।

ଅପରାଧୀମାନେ ନିର୍ଭୟରେବାହାରେବୁଲୁଥିବାବେଳେ ପୀଡିତା ଓ ପୀଡିତାରବରିବାରବର୍ଗ ନ୍ୟାୟ ଅପେକ୍ଷାରେମରୁଭୁମିରମରିଚିକା ପଛରେପଡିରହି ନିରାଶହେଉଛନ୍ତି ।ପୋଲିସ ଓ ପ୍ରଶାସନକୁ ଅପବ୍ୟବହାର କରିରାଜ୍ୟସରକାରଏଭଳିହୀନ କାର୍ଯ୍ୟକୁପ୍ରୋତ୍ସାହିତକରୁଛନ୍ତି । ରାଜ୍ୟସରକାରମହିଳା ଓ ଶିଶୁଙ୍କୁ ନ୍ୟାୟ ଦେବା ବଦଳରେ ଅପରାଧୀଙ୍କୁ ଘଂଟଘୋଡାଉଛନ୍ତି । ଏହାର ଏକ ସଦ୍ୟ ଉଦାହରଣ ଦୁଷ୍କର୍ମରେ ଶିକାର ହୋଇଥିବା ପୁରୀ ଜିଲ୍ଲାର ୫ ବର୍ଷୀୟା ନାବାଳିକା ଶିଶୁ ବୋଲି କ୍ଷୋଭ ପ୍ରକାଶ କରି କହିଛନ୍ତି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର ।

ଘଟଣା ସଂପର୍କରେ ଅବଗତ ହେବା ପରେଡ.ଲେଖାଶ୍ରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଚିକିତ୍ସା ପାଇଁ ସ୍ଥାନାନ୍ତରିତ ହୋଇଥିବା ୫ ବର୍ଷୀୟା ନାବାଳିକା ଶିଶୁର ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ଏବଂ ତା ପରିବାରକୁ ଭେଟିବା ପାଇଁ କଟକ ଏସସିବି ମେଡିକାଲ କଲେଜକୁ ଯାଇଥିଲେ । ଏହି ଘୃଣ୍ୟଘଟଣାରେ ଶାସକ ଦଳର ନେତା ଓ ମନ୍ତ୍ରୀଙ୍କ ସଂପୃକ୍ତି ରହିଛିଏ ବଂ ପୋଲ ଖୋଲିଯିବା ଭୟରେ ଆଗରୁ ସୁଚନା ପାଇରାଜ୍ୟସରକାରଙ୍କ ନିର୍ଦ୍ଦେଶରେଭେଟିବା ପୂର୍ବରୁପୀଡିତା ଓ ପୀଡିତାର ପରିବାରକୁମେଡିକାଲକତୃପକ୍ଷଗାୟବକରିଦେଇଥିଲେ । ପୁରୀ ଆଇଆଇସିଙ୍କ କହିବା ପରେ ପୀଡିତାକୁମେଡିକାଲରୁଡିସଚାର୍ଜକରାଯାଇଛିବୋଲିମେଡିକାଲ ଅଧିକ୍ଷକ ବିଜେପି ପ୍ରତିନିଧି ଦଳକୁକହିବାବହୁସନ୍ଦେହସୃଷ୍ଟିକରିଛି । ଅତୀତରେ କୁନ୍ଦୁଲୀ ପିଡିତାଘଟଣାରେମେଡିକାଲ ଯାହାକହିଥିଲା, ଆଜି ମଧ୍ୟ ସେହିଭଳିମନ୍ତବ୍ୟ ଦେଇଛନ୍ତିବୋଲିଡ.ଲେଖାଶ୍ରୀକହିଛନ୍ତି ।

ପକ୍ସୋ ଆକ୍ଟ ଅନୁଯାୟୀ ପୀଡିତାକୁତୁରନ୍ତ ୧୦ ଲକ୍ଷଟଙ୍କାରକ୍ଷତିପୁରଣ ପ୍ରଦାନ କରାଯିବାସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବାକୁଡ.ଲେଖାଶ୍ରୀ ଦାବୀକରିଛନ୍ତି ।

ଏହି ପ୍ରତିନିଧି ଦଳରେରାଜ୍ୟମୁଖପାତ୍ରଶ୍ରୀମତୀସୋନାଲୀସାହୁ, ମହିଳାମୋର୍ଚ୍ଚାରାଜ୍ୟସଂପାଦିକାରଶ୍ମୀରେଖା ଦାସ, କଟକ ଜିଲ୍ଲାସଭାପତିଲଲାଟେନ୍ଦୁବଡୁ, ମହିଳାମୋର୍ଚ୍ଚାସଭାନେତ୍ରୀ ପ୍ରବୀଣାମହାପାତ୍ର, ସାଧାରଣସଂପାଦିକାସଂଯୁକ୍ତାମିଶ୍ର, ପୁଷ୍ପିତାମହାପାତ୍ର, ରଂଜିତାନାଏକ ପ୍ରମୁଖଉପସ୍ଥିତ ଥିଲେ ।