ଆଜି ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ପତାକା ଉତ୍ତୋଳନ

ନୂଆଦିଲ୍ଲୀ: ଆଜି ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଥମ ଥର ଲାଗି ଏକ ସଂଗେ ବାୟୁସେନାର ୭୫ଟି ବିମାନ ଫ୍ଲାଇ ପାଷ୍ଟ ପ୍ରଦଶନ କରି ୭୫ ବର୍ଷର ସ୍ୱାଧୀନତାର ସ୍ମୃତି ଚାରଣ କରିଛନ୍ତି। ଏଥିରେ ରାଫେଲ, ସୁଖୋଇ, ଜାଗୁଆର, ଏମଆଇ-୧୭, ସାରଙ୍ଗ, ଆପାଚି, ଡାକୋଟା ଓ ଅତ୍ୟାଧୁନିକ ବିମାନ ସାମିଲ ହୋଇଥିଲେ।