ନୂଆଦିଲ୍ଲୀ : କୋଭିଡ କାରଣରୁ ୨୦୨୦ ସଂସ୍କରଣ ୟୁଏଇରେ ଆୟୋଜନ ହୋଇଥିବା ବେଳେ ୨୦୨୧ ସିଜିନର ଅଧା ମ୍ୟାଚ୍ ୟୁଏଇରେ ଖେଳିବାକୁ ପଡିଥିଲା । ତେବେ ଏଥର ବିସିସିଆଇ ଆଇପିଏଲ ୨୦୨୨କୁ ବିଦେଶରେ ଆୟୋଜନ କରିବା ସପକ୍ଷରେ ନାହିଁ । ଦେଶରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ବିସିସିଆଇ ଅନ୍ୟ ବିକଳ୍ପ ଲାଗି ପ୍ରସ୍ତୁତ କରୁଛି । କ୍ରିକେଟ୍ ସାଉଥ ଆଫ୍ରିକା ବୋର୍ଡ ଆଇପିଏଲ ୨୦୨୨ର ଆୟୋଜନ ନେଇ ଆଶାବାଦୀ ଅଛି । ତେବେ ବିସିସିଆଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ ।
ଏକ ରିପୋର୍ଟ ଅନୁସାରେ କ୍ରିକେଟ୍ ସାଉଥ ଆଫ୍ରିକା ବିସିସିଆଇ ନିକଟକୁ ପ୍ରସ୍ତାବ ପଠାଇଛି । ସେହିପରି ବୋର୍ଡ କହିଛି ଯେ, କମ ଖର୍ଚ୍ଚରେ ଟୁର୍ଣ୍ଣାମେଣ୍ଟର ଆୟୋଜନ କରି ପାରିବ । ଦ.ଆଫ୍ରିକାରେ ଆଇପିଏଲ ଆୟୋଜନର ଅଧିକ ଖର୍ଚ୍ଚ ହେବ ନାହିଁ ।