ମୁମ୍ବାଇ : ଅଭିନେତ୍ରୀ ଶେହନାଜ ଗିଲ୍ ତାଙ୍କର ୨୯ତମ ଜନ୍ମ ଦିନ ପାଳନ କରିଛନ୍ତି । ସେହିପରି ଖୁବଶୀଘ୍ର ଶେହନାଜ ବିଗ୍ବସ୍ ହାଉସରେ ଦେଖିବାକୁ ମିଳିବେ । ସୂଚନା ଅନୁସାରେ ବିଗବସ୍ ଫାଇନାଲ ଏପିସୋଡରେ ଶେହନାଜଙ୍କ ଏଣ୍ଟ୍ରି ହେବାକୁ ଯାଉଛି । ଏହି ଶୋ ଜରିଆରେ ଶେହନାଜ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆସୁଛନ୍ତି ।
ସୂଚନାଯୋଗ୍ୟ ସିଦ୍ଧାର୍ଥ ଏବଂ ଶେହନାଜ ବିଗବସ-୧୩ରେ ଦେଖିବାକୁ ମିଳିଥିଲେ । ଦୁହେଁ ପରସ୍ପରକୁ ଦେଖା ହେବା ପରେ ଦୁହିଁଙ୍କ ମଧ୍ୟ ପ୍ରେମ ମଧ୍ୟ ଗଢି ଉଠିଥିଲା । ସେହିପରି ଉଭୟ ଯୋଡି ବିଗବସ ହାଉସରେ ସିଡ୍ନାଜ ନାମରେ ବେଶ ଲୋକପ୍ରିୟ ହୋଇଥିଲା ।