ନୂଆଦିଲ୍ଲୀ: ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଅଭିନେତ୍ରୀ ଶ୍ୱେତା ତିୱାରୀ । ଏକ ୱେବସିରିଜର ପ୍ରମୋସନ୍ ପାଇଁ ଯାଇଥିବାବେଳେ ସେ ଏଭଳି କିଛି କହିଥିଲେ ଯେ ଯାହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ପ୍ରମୋସନ୍ ବେଳେ ଶ୍ୱେତା କହିଥିଲେ ଯେ ‘ମୋ ବ୍ରା’ର ସାଇଜ୍ ଭଗବାନ ନେଉଛନ୍ତି । ଏହି ସମୟରେ ଶ୍ୱେତାଙ୍କ ସହ ୱେବସିରିଜର ପୂରା କାଷ୍ଟ ଷ୍ଟେଜରେ ଉପସ୍ଥିତ ଥିଲେ ।
ଯେତେବେଳେ ଷ୍ଟେଜରେ ମଜାକ୍ ଚାଲିଥିଲା ସେହି ସମୟରେ ତାଙ୍କର ଏଭଳି ବିବାଦୀୟ କଥା ବାହାରିଥିଲା । ଏହା ଉପରେ ଲୋକେ ପ୍ରତିକ୍ରିୟା ଦେବା ମଧ୍ୟ ଆରମ୍ଭ କରିଦେଇଛନ୍ତି । ଏକ ୱେବସିରିଜର ସମସ୍ତ ଷ୍ଟାର୍ ମିଶି ଭୋପାଳରେ ପ୍ରମୋସନ କରୁଥିଲେ, ଯେଉଁଠାରେ ଶ୍ୱେତା ମଜାକିଆ ଢଙ୍ଗରେ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେହିପରି ଶ୍ୱେତାଙ୍କ ଏଭଳି ମନ୍ତବ୍ୟରେ ମଧ୍ୟ ପ୍ରଦେଶର ଗୃହମନ୍ତ୍ରୀ ଡା, ନରୋତ୍ତମ ମିଶ୍ର ନିନ୍ଦା କରିଛନ୍ତି ।