ଜାତୀୟ ଦଳ ମଧ୍ୟରେ ସବୁଠୁ ଧନୀରେ ବିଜେପି, ଦୁଇ ନମ୍ବରରେ ବିଏସପି!

ନୂଆଦିଲ୍ଲୀ : ୨୦୧୯-୨୦ ଆର୍ଥିକ ବର୍ଷରେ ବିଜେପି ସବୁଠୁ ଧନୀ ଦଳ ବୋଲି ନିର୍ବାଚନ ସଂସ୍କାର ଗୋଷ୍ଠୀ ADR ରିପୋର୍ଟରେ ପ୍ରକାଶ କରିଛି। ଦଳ ପାଖରେ ୪,୮୪୭.୭୮ କୋଟି ଟଙ୍କା ସମ୍ପତ୍ତି ରହିଛି । ଯାହା ସମସ୍ତ ରାଜନୈତିକ ଦଳ ମଧ୍ୟରେ ସର୍ବାଧିକ । ତା’ପରେ ବିଏସପି ୬୯୮.୩୩ କୋଟି ଟଙ୍କା ଏବଂ କଂଗ୍ରେସ ସମ୍ପତ୍ତିର ମୂଲ୍ୟ ରହିଛି ୫୮୮.୧୬ କୋଟି ଟଙ୍କା।

ADR ରିପୋର୍ଟରେ କୁହାଯାଇଛି ଯେ ସାତୋଟି ଜାତୀୟ ଦଳ ମଧ୍ୟରେ ସର୍ବାଧିକ ସମ୍ପତ୍ତି ବିଜେପି, ବିଏସପି ୬୯୮.୩୩ କୋଟି ଯାହାକି ୯.୯୯ ଏବଂ କଂଗ୍ରେସ ୫୮୮.୧୬ କୋଟି ଯାହାକି ୮.୪୨ ପ୍ରତିଶତ ରହିଛି ।
୨୦୧୯-୨୦ ଆର୍ଥିକ ବର୍ଷରେ, ଆଞ୍ଚଳିକ ଦଳ ମଧ୍ୟରେ ସମାଜବାଦୀ ପାର୍ଟି ସର୍ବାଧିକ ସମ୍ପତ୍ତି ୫୬୩.୪୭ କୋଟି , ତା’ପରେ TRS ୩୦୧.୪୭ କୋଟି ଏବଂ AIADMK ୨୬୭.୬୧ କୋଟି ଟଙ୍କା ଅଛି ।