କରୋନା ସ୍ଥିତି ସମୀକ୍ଷା: ଓଡିଶା ସମେତ ୫ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଜି ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଅପରାହ୍ନରେ ଭର୍ଚୁଆଲ ବୈଠକ କରି ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ଓଡିଶା ସମେତ ପଶ୍ଚିମବଙ୍ଗ, ଝାରଖଣ୍ଡ, ବିହାର, ଛତିଶଗଡର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସ୍ୱାସ୍ଥ୍ୟ କରୋନା ସଂକ୍ରମଣ ସଂପର୍କରେ ପଚାରି ବୁଝିବେ ।

ଓମିକ୍ରନ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର କଣ ପଦକ୍ଷେପ ନେଇଛନ୍ତି । କେଉଁ ଅଂଚଳରେ ସଂକ୍ରମଣ ହାର କେତେ ରହିଛି । କରୋନା ଗାଇଡଲାଇନ୍ କଡା କଡି ପାଳନ କରାଯାଉଛି ନା ନାହିଁ । ତାହା ପଚାରି ବୁଝିବେ । ଏଥିସହ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଉ କଣ ପଦକ୍ଷେପ ନେବା ଜରୁରୀ ସେ ସଂପର୍କରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ ।