୨୦ ହଜାର ସ୍କ୍ରିନରେ ରିଲିଜ୍ ହେବ ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’

ନୂଆଦିଲ୍ଲୀ: ଫିଲ୍ମ ‘ଆଦିପୁରୁଷ’ଙ୍କୁ ପ୍ରାୟ ୨୦ ହଜାର ସ୍କ୍ରିନରେ ସମଗ୍ର ଦୁନିଆରେ ରିଲିଜ୍ କରାଇବାକୁ ବଡ ଧରଣର ପ୍ରସ୍ତୁତି ଚାଲିଛି। ଏହି ଫିଲ୍ମ ଚଳିତ ବର୍ଷ ଅଗଷ୍ଟ ୨୦ରେ ରିଲିଜ୍ ହେବ। ପ୍ରଭାସଙ୍କ ଏହି ଫିଲ୍ମ ପ୍ରମୁଖ ଭାରତୀୟ ଭାଷା ଏବଂ ଇଂରାଜୀ ବ୍ୟତୀତ ଇଣ୍ଡୋନେସିଆ, ଶ୍ରୀଲଙ୍କା, ଜାପାନ ଏବଂ ଚୀନରେ ସେଠାକାର ଭାଷାରେ ମଧ୍ୟ ରିଲିଜ୍ କରାଇବାକୁ ପ୍ରସ୍ତୁତି ଚାଲିଛି। ପ୍ରାୟ ୪୦୦ କୋଟି ବଜେଟ୍‌ରେ ଫିଲ୍ମର ନିର୍ମାଣ ଚାଲିଛି।

ହିନ୍ଦୀରେ ଆୟ କରିଥିବା ସବୁଠୁ ବଡ ଫିଲ୍ମ ହେଉଛି ‘ବାହୁବଳୀ: ଦ କନକ୍ଲ୍ୟୁଜନ’। ଏହା ପରେ ଅଭିନେତା ପ୍ରଭାସ କଣ ନିଜ ଫିଲ୍ମର ଏହି ରେକର୍ଡକୁ ଭାଙ୍ଗି ପାରିବେ? ତେବେ ନିର୍ଦ୍ଦେଶକ ଓମ ରାଉତଙ୍କ ସହ ପ୍ରଭାସଙ୍କ ନିର୍ମାଣଧୀନ ଫିଲ୍ମ ‘ଆଦିପୁରୁଷ’ ଦୁନିଆରେ ଏ ପର୍ଯ୍ୟନ୍ତ ସବୁଠୁ ଅଧିକ ସ୍କ୍ରିନରେ ରିଲିଜ୍ ହେଉଥିବା ଭାରତୀୟ ଫିଲ୍ମ ହୋଇପାରେ।
ଫିଲ୍ମରେ ପ୍ରଭାସ ଭଗବାନ ରାମଙ୍କ ଅବତାରରେ ନଜର ଆସିବେ। ଏଥିସହ କୃତି ସେନନ ସୀତା ଚରିତ୍ରରେ ଏବଂ ସୈଫ ଅଲୀ ଖାନଙ୍କୁ ରାବଣ ଚରିତ୍ରରେ ଦେଖିବାକୁ ମିଳିବ। ଫିଲ୍ମରେ ଲକ୍ଷ୍ମଣ ଭୂମିକାରେ ସନି ସିଂହ ନଜର ଆସିବେ।

ଫିଲ୍ମ ‘ଆଦିପୁରୁଷ’ର ନିର୍ଦ୍ଦେଶକ ଓମ ରାଉତ ଏହା ପୂର୍ବରୁ ଅଜୟ ଦେବଗନଙ୍କ ସହ ‘ତାନାଜୀ’ ନିର୍ମାଣ କରି ସାରିଛନ୍ତି। ଏହି ଫିଲ୍ମ ୨୦୨୦ରେ ସବୁଠୁ ଅଧିକ ଆୟକାରୀ ଫିଲ୍ମ ହୋଇଥିଲା। ତେବେ ତାଙ୍କର ଆଗାମୀ ଫିଲ୍ମ ’ଆଦିପୁରୁଷ’ ଆହୁରି ବିଶାଳ ଏବଂ ଭବ୍ୟ ହେବାକୁ ଯାଉଛି।