୩୧ରୁ ହଟିବ ନାଇଟ୍‌ କର୍ଫ୍ୟୁ!

ବେଙ୍ଗାଲୁରୁ : କର୍ଣ୍ଣାଟକ ସରକାର ରାଜ୍ୟରେ ଆସନ୍ତା ୩୧ ତାରିଖରୁ ରାଜ୍ୟରେ କର୍ଫ୍ୟୁ ହଟାଇବାକୁ ଘୋଷଣା କରିବା ସହ ରାଜଧାନୀ ବେଙ୍ଗାଲୁରୁର ସମସ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । କୋଭିଡ ଗାଇଡଲାଇନ ଅନୁସରଣ କରି ବିଦ୍ୟାଳୟରେ ପାଠପଢାକୁ ଅନୁମିତି ଦିଆଯାଇଛି । ସେହିପରି ହୋଟେଲ ଓ ବାର ୫୦ ପ୍ରତିଶତ କ୍ଷମତାରେ ଖୋଲିବାକୁ ଅନୁମତି ଦିଆଯାଇଛି । ଅନ୍ୟପକ୍ଷରେ ମହାରାଷ୍ଟ୍ର, ଗୋଆ ଓ କେରଳରୁ ଆସୁଥିବା ଲୋକଙ୍କୁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ବର୍ତ୍ତମାନ ଦେଶରେ କୋଭିଡ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି ।