ଭୁବନେଶ୍ୱର : ରାଜ୍ୟରେ ଆଜିଠୁ ପୁଣି ବଦଳିବ ପାଗ ବଦଳିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବଙ୍ଗୋପସାଗରରୁ ଓଡିଶା ମୁହାଁ ହୋଇଥିବା ଉଷ୍ଣ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଯୋଗୁଁ ରାଜ୍ୟରେ ଆକାଶ ମେଘୁଆ ରହିବା ସହ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଉତର- ଆଭିନ୍ତରୀଣ ଓଡିଶାର ୭ଜିଲ୍ଲାକୁ ବିଜୁଳି ଘଡଘଡି ପାଇଁ ଚେତାବନୀ ଦେଇଛି । ଆସନ୍ତାକାଲି ୪ତାରିଖରେ ଉତର ଓଡିଶାର ୧୩ ଜିଲ୍ଲାରେ ବିଜୁଳି ଘଡଘଡି ଏବଂ ୯ ଜିଲ୍ଲାରେ କୁଆପଥର ବର୍ଷା ହେବାର ଆଶଙ୍କା ରହିଛି ।
ପଶ୍ଚିମା ଝଡ଼ର ପ୍ରଭାବରେ ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପୁର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଆସନ୍ତାକାଲି ୧୫ଟି ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ଏହି ଜିଲ୍ଲାଗୁଡ଼ିକର ଗୋଟେ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବା ସମ୍ଭାବନା ରହିଛି ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଗୁରୁବାର ସୋନପୁର, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।
ରାଜ୍ୟରେ ଶୀତର ପ୍ରକୋପ ଟିକେ କମ୍ ହୋଇଥିବା ପରିଲକ୍ଷିତ ହୋଇଛି । ଗତ କିଛିଦିନ ତଳେ ଯେଉଁଭଳି ଭାବେ ହାଡଭଙ୍ଗା ଶୀତ ହେଉଥିଲା ସେଥିରୁ ଟିକିଏ ଆଶ୍ୱସ୍ଥି ମିଳିଛି । କିନ୍ତୁ ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱରରେ ବି ପ୍ରବଳ କୁହୁଡି ଦେଖିବାକୁ ମିଳିଛି । ପ୍ରବଳ କୁହୁଡିରେ ରାସ୍ତାଘାଟ ଏକପ୍ରକାର ଗାୟବ୍ ହୋଇଯାଇଥିଲା । ଗାଳି ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା।