୫ ମାସ ପରେ ପଦାକୁ ଆସିଲେ କିମ୍‌ ଜୋଙ୍ଗଙ୍କ ପତ୍ନୀ

ନୂଆଦିଲ୍ଲୀ : ଦୀର୍ଘ ୫ ମାସ ପରେ ବାହାରକୁ ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍‌ ଜୋଙ୍ଗ ଉନଙ୍କ ପତ୍ନୀ ରି ସୋଲ ଜୁ । ସୂଚନା ଅନୁଯାୟୀ ଏକ ଆର୍ଟ ଗ୍ୟାଲେରୀର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଞ୍ଚିଥିଲେ କିମ୍‌ ଓ ତାଙ୍କ ପତ୍ନୀ । ପ୍ରକାଶ ଯେ, କରୋନା ସଂକ୍ରମର ପାଇଁ ଉଭୟ ଘରେ ରହିଥିଲେ ।

ଲକଡାଉନ୍‌ ସମୟରେ ପତି-ପତ୍ନୀ ନିଜ ପିଲାଙ୍କ ସହିତ ସମୟ ବିତାଇଥିଲେ । ଉତ୍ତର କୋରିଆ ସାରା ଦେଶରେ କରୋନା ସଂକ୍ରମର ବଢିବା ପରେ ବର୍ଡରରେ କଟକଣା ବଢାଇଥିଲା । ତେବେ ସଂକ୍ରମଣ ହ୍ରାସ ପାଇବା ପରେ ଦୀର୍ଘ ୫ ମାସ ପରେ କିମ୍‌ ଏବଂ ତାଙ୍କ ପରିବାର ସଦସ୍ୟ ବାହାରକୁ ଆସିଛନ୍ତି । ସେହିପରି କିମ୍‌ ଜୋଙ୍ଗ ଉନଙ୍କ ପତ୍ନୀ ରି ସୋଲ ଚର୍ଚ୍ଚାରେ ରହି ଆସିଛନ୍ତି । ସେହିପରି ଗତବର୍ଷ ତାଙ୍କର ହତ୍ୟା ହୋଇଥିବା କଥା କୁହାଯାଉଥିଲା । ତେବେ ଏହି ଖବର ଗୁଜବ ସାବ୍ୟସ୍ତ ହୋଇଥିଲା ।