ଐଶ୍ବର୍ଯ୍ୟା ରଜନୀକାନ୍ତଙ୍କୁ କରୋନା, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ବର୍ତ୍ତମାନ ହସ୍ପିଟାଲରେ । ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମ ଜରିଆରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି। ନିକଟରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଏହାରି ଭିତରେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ବିଗିଡି ଯାଇଛି।

ଇନ୍‌ଷ୍ଟାଗ୍ରାମରେ ସେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ସେଥିରେ ତାଙ୍କ ହାତରେ ସିରିଞ୍ଜ ଲାଗି ଥିବାର ଦେଖିବାକୁ ମିଳିଛି। ଏହି ଫଟୋଟି ହସ୍ପିଟାଲରୁ ହିଁ ଉଠାଇଥିବାର ଜଣାପଡୁଛି। ଏହି ଫଟେ ସହ କ୍ୟାପସନରେ ଲେଖିଛନ୍ତି, ମୁଁ କରୋନାରେ ସଂକ୍ରମିତ ହୋଇଛି। ‘ସମସ୍ତ ସତର୍କତା ମାନିକି ମଧ୍ୟ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ତେଣୁ ସମସ୍ତେ ଦୟାକରି ମାସ୍କ ପିନ୍ଧନ୍ତୁ, ନିଶ୍ଚିତ ଭାବରେ ଟିକା ନିଅନ୍ତୁ। ସତର୍କ ରୁହନ୍ତୁ । ୨୦୨୨ ତୁମ ପାଖରେ ମୋ ପାଇଁ ଆଉ କଣ କଣ ଦେଖିବାକୁ ପଡିବ । ଧନୁଷଙ୍କ ସହ ବିବାହ ଭାଙ୍ଗିବା ପରେ ଐଶ୍ୱର୍ଯ୍ୟା ପ୍ରଥମ ଥର ଫଟୋ ପୋଷ୍ଟ କରି କିଛି ଲେଖିଛନ୍ତି । ଐଶ୍ୱର୍ଯ୍ୟାଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଯାଏଁ ଏଥିରେ ୫ ହଜାରରୁ ବି ଅଧିକ ଲାଇକ ଓ କମେଣ୍ଟ ଆସିସାରିଲାଣି।