ଜମ୍ମୁ କଶ୍ମୀର: ୩ ଡ୍ରଗ୍ସ ଚାଲାଣକାରୀ ନିହତ, ୧୮୦ କୋଟିର ଡ୍ରଗ୍ସ ଜବତ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀକୁ ରବିବାର ବଡ଼ ସଫଳତା ମିଳିଛି । ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌) ସାମ୍ବାରେ ଅନ୍ତର୍ଜାତୀୟ ସୀମାରେ ୩ ଜଣ ପାକିସ୍ତାନୀ ଚାଲାଣକାରୀଙ୍କୁ ନିହତ କରିଛି । ନିହତ ପାକିସ୍ତାନୀ ଡ୍ରଗ୍ସ ଚାଲାଣକାରୀଙ୍କ ଠାରୁ ବିଏସ୍‌ଏଫ୍ ଯବାନମାନେ ୧୮୦ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ କରିଛନ୍ତି ।

ବିଏସ୍‌ଏଫ୍ ପକ୍ଷରୁ କୁହାଯାଇଛି ଯେ, ବିଏସ୍‌ଏଫ୍ ଯବାନ ଚାଲାଣ ପାଇଁ ଉଦ୍ୟମ କରୁଥିବା ୩ ଜଣ ଚାଲାଣକାରୀଙ୍କୁ ନିହତ କରାଯାଇଛି । ସେମାନଙ୍କ ପାଖରୁ ୩୬ ପ୍ୟାକେଟ ଡ୍ରଗ୍ସ ଜବତ ହୋଇଛି । ଜବତ ହୋଇଥିବା ଡ୍ରଗ୍ସ ଅନ୍ତର୍ଜାତୀୟ ବଜାରରେ ୧୮୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି ।  ଫେବ୍ରୁଆରୀ ୬ ତାରିଖ ଭୋର ସକାଳୁ ବିଏସ୍‌ଏଫ୍ ଯବାନଙ୍କୁ ସୂଚନା ମିଳିଥିଲା ଯେ, ସାମ୍ବାରେ ଚାଲାଣକାରୀମାନେ ଡ୍ରଗ୍ସ ଚାଲାଣ କରୁଛନ୍ତି । ଏହା ପରେ ବିଏସ୍‌ଏଫ୍ ଯବାନମାନେ ୩ ପାକିସ୍ତାନୀ ଚାଲାଣକାରୀଙ୍କୁ ଟାର୍ଗେଟ କରି ଅତର୍କିତ ଚଢ଼ାଉ କରିଥିଲେ । ସେମାନଙ୍କ ପାଖରୁ ୩୬ କିଲୋ ପ୍ୟାକେଟ ଡ୍ରଗ୍ସ ମିଳିଥିଲା ।