ଗୁଜୁରାଟର ସ୍ୱତନ୍ତ୍ର କୋର୍ଟ ଦ୍ୱାରା 49 ଦୋଷୀ ସାବ୍ୟସ୍ତ, 28 ନିର୍ଦ୍ଦୋଷ

2008 ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲା

ଗାନ୍ଧିନଗର: 2008 ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ଗୁଜରାଟର ଏକ ସ୍ୱତନ୍ତ୍ର କୋର୍ଟ 77 ଅଭିଯୁକ୍ତଙ୍କ ମଧ୍ୟରୁ 28 ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଚାଳିଶ ଜଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ଗତ ବର୍ଷ ସେପ୍ଟେମ୍ବରରେ 77 ଅଭିଯୁକ୍ତଙ୍କ ବିରୋଧରେ ଶୁଣାଣି ଶେଷ ହୋଇଥିଲା। 2008 ମସିହାରେ ଗୁଜୁରାଟର ଅହମ୍ମଦାବାଦରେ ହୋଇଥିବା ବୋମା ବିସ୍ଫୋରଣରେ ପ୍ରାୟ 56 ଜଣଙ୍କର ମୃତ୍ୟୁ ଘଟିଥିଲା।