ଓଟିଟିରେ ରିଲିଜ ହେବ ‘ଡାର୍ଲିଂସ’

ମୁମ୍ବାଇ : ବଲିଉଡ ବାଦଶାହା ଶାହାରୁଖ ଖାନ୍‌ ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ଡାର୍ଲିଂସ’ ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମକୁ ଶାହାରୁଖ-ଆଲିଆଙ୍କ ପ୍ରଡକ୍ସନ ତିଆରି କରୁଛି । ଏହି ଫିଲ୍ମକୁ ନେଟଫ୍ଲିକ୍ସରେ ଲଞ୍ଚ କରାଯିବ । ଏହି ଫିଲ୍ମର ଷ୍ଟ୍ରିମିଂ ରାଇଟ୍ସକୁ ନେଟଫ୍ଲିକ୍ସରେ ୮୦ କୋଟିରେ କିଣାଯାଇଛି ।

ଏହି ଫିଲ୍ମରେ ଆଲିଆ ଭଟ୍ଟ, ଶେଫାଲୀ ଶାହ, ବିଜୟ ବର୍ମା ଓ ରୋଶନ ମେଥ୍ୟୁ ଲିଡ୍‌ ଅଭିନୟ କରୁଛନ୍ତି । ମା’ଓ ଝିଅଙ୍କ ସମ୍ପର୍କକୁ ନେଇ ଏହି ଫିଲ୍ମକୁ ତିଆରି କରାଯାଇଛି ।ସେହିପରି ଆଲିଆଙ୍କ ଅପକମିଂ ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ ନିକଟରେ ଗଙ୍ଗୁବାଇ କାଠିୱାଡି ଆସନ୍ତା ମାସରେ ରିଲିଜ୍‌? ହେବାକୁ ଯାଉଛି ।

ଏହା ପରେ ତାଙ୍କ ଫିଲ୍ମ ଆରଆରଆର ରିଲିଜ୍‌? ହେବ । ତା’ ପରେ ରକି ଓ ରାନୀ କି ପ୍ରେମ୍‌? କାହାନୀ ବି ରିଲିଜ୍‌? ଅପେକ୍ଷାରେ ରହିଛି । ତା’ପରେ ତାଙ୍କୁ ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ଫିଲ୍ମ ବେଜୁ ବାବରାରେ ବି ଦେଖିବାକୁ ମିଳିବ । ଏଥିରେ ଲିଡ୍‌?ରେ ନଜର ଆସିବେ ରଣବୀର ସିଂହ । ଏହା ବ୍ୟତୀତ ତାଙ୍କ ପାଖରେ ଅନେକ ଫିଲ୍ମର ଅଫର ମଧ୍ୟ ରହିଛି ।