ଲଖନଉ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପାଇଁ ପ୍ରଚାର କରିଛନ୍ତି । ଉଭୟ ଏକ ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ଯଦି ଯୋଗୀ ସରକାର ଆସନ୍ତି ତେବେ ସେ ଆପଣଙ୍କୁ ଖାଇଦେବେ । ଦିଦି କହିଛନ୍ତି ଯେ ଉତ୍ତରପ୍ରଦେଶ ହେଉଛି ସବୁଠାରୁ ବଡ ରାଜ୍ୟ । ଯଦି ବିଜେପି ଏଠାରୁ ହାରିଯାଏ ତେବେ ଦେଶରୁ ବିଜେପି ଚାଲିଯିବ । ତେଣୁ ୟୁପିରେ ବିଜେପିକୁ ପରାସ୍ତ କରିବା ନିହାତି ଆବଶ୍ୟକ ।
ସେହିପରି ଯଦି ଅଖିଳେଶ ଜିତନ୍ତି ତେବେ ୟୁପି ନୂତନ ଦିଗ ଦେଖାଇବ ଓ ସମଗ୍ର ୟୁପି ଆପଣଙ୍କୁ ଅନୁସରଣ କରିବ । ସେହିପରି ଟିଏମସି ସରକାରଙ୍କ ଯୋଜନାକୁ ବିଜେପି ସରକାର କପି କରୁଛନ୍ତି ବୋଲି ଦିଦି କହିଛନ୍ତି ।