ଅହମଦାବାଦ : ଟିମ୍ ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶେଷ ଦିନିକିଆରେ ଭାରତୀୟ ଦଳର ବଡ ଧରଣର ଅଦଳବଦଳ କରପାରନ୍ତି ଅଧିନାୟକ ରୋହିତ ଶର୍ମା । ଭାରତ ୱେଷ୍ଟଇଣ୍ଡିଜ ସିରିଜକୁ ଆଗୁଆ ୨-୦ରେ କବଜା କରିନେଇଛି । ଅନ୍ୟପକ୍ଷରେ ଶେଷ ଦିନିକିଆରେ ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ରହିଛି ୱେଷ୍ଟଇଣ୍ଡିଜ ଦଳ ।
ସେହିପରି ତୃତୀୟ ଦିନିକିଆରେ ଭାରତୀୟ ଦଳରେ କିଛି ନୂଆ ଖେଳାଳି ଡେବ୍ୟୁ କରିପାରନ୍ତି । ସେମାନଙ୍କ ମଧ୍ୟରେ ଋତୁରାଜ୍ ଗାୟକୱାଡ ଏବଂ ଆବେଶ୍ ଖାନଙ୍କ ନାଁ ରହିଛି । ଋତୁରାଜ ଭାରତୀୟ ଦଳ ପାଇଁ ୨ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ସେହିପରି ଆଇପିଏଲରେ କମାଲ କରିଥିବା ଆବେଶ ଖାନ କୌଣସି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିନାହାନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍ରେ ତାଙ୍କୁ ସାମିଲ କରାଯାଇଥିବା ବେଳେ ପ୍ରଥମ ଦୁଇଟି ମ୍ୟାଚ ସେ ବାହାରେ ବସିଥିଲେ । ତୃତୀୟ ମ୍ୟାଚରେ ଦଳ ତାଙ୍କୁ ସାମିଲ କରିପାରନ୍ତି ଅଧିନାୟକ ରୋହିତ ଶର୍ମା । ସେହିପରି ଯୁବ ଖେଳାଳି ଭାବେ ଗାୟକୱାଡଙ୍କୁ ସ୍ଥାନ ମିଳିପାରେ ।