ନୂଆଦିଲ୍ଲୀ: ହିଜାବ ବିବାଦରେ ମାମଲାରେ ପାକିସ୍ତାନକୁ ସାଂସଦ ଓସଦୁଦ୍ଦୀନ ଓୱେସି କଡା ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ, ଆମ ଘରର ମାମଲାରେ ମୁଣ୍ଡ ନପୁରାଇବାକୁ ପାକିସ୍ତାନକୁ ପରାମର୍ଶ ଦେଇଛନ୍ତି । ଏକ ଜନସଭାକୁ ସମ୍ବୋଧିତ କରି ଓୱେସ କହିଛନ୍ତି ଯେ, ପାକିସ୍ତାନ ଆମକୁ କଣ ଉପଦେଶ ଦେଉଛି ନିଜ ଦେଶରେ ମଲାଲା ଉପରେ ଆକ୍ରମଣ ହୋଇଥିଲା ଓ ସେଠାରେ କୌଣସି ଅଣ ମୁସଲିମ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇ ପାରିବେ ନାହିଁ ।
ସେହିପରି ସେ କହିଛନ୍ତି ଯେ, ତୁମ ପାଖରେ ବଲୁଚିସ୍ତାନର ସମସ୍ୟା ରହିବା ସହ ଆହୁରି ବଡ ବଡ ସମସ୍ୟାର ସମାଧାନ କରିପାରୁନ, ଆଉ ଚାଲି ଆସିଲେ ଆମ ମାମଲାରେ ମୁଣ୍ଡ ଖେଳାଇବାକୁ । ଓୱେସି ଆହୁରି ମଧ୍ୟ କହିଛନ୍ତି ଯେ ଆମେ ପାକିସ୍ତାନବାସୀଙ୍କୁ କହିବାକୁ ଚାହୁଁଛୁ ଯେ ସେମାନେ ଆମ ଦେଶର କୌରସି ମାମଲାରେ ମୁଣ୍ଡ ପୂରାନ୍ତୁ ନାହିଁ । ଏହା ଆମ ଘରର ମାମଲାରେ ମୁଣ୍ଡ ନ ପୁରାଇ ପ୍ରଥମେ ନିଜ ଘରକୁ ଦେଖନ୍ତୁ ବୋଲି ଓୱେସି କଡା ଜବାବରେ କହିଛନ୍ତି ।