ଭୁବନେଶ୍ଵର (ଏସ୍ ନ୍ଯୁଜ): ଆରମ୍ଭ ହୋଇଛି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ। ଗୃହକାର୍ଯ୍ୟ ଆରମ୍ଭ ପୂର୍ବରୁ ମୁଲତବୀ ପ୍ରସ୍ତାବ ଆଣିଛନ୍ତି ବିରୋଧୀ। କରୋନା ମହାମାରୀ ବେଳେ ଗରିବଙ୍କୁ ବିଜୁଳି ମାଡ, ସରକାରଙ୍କ ଅମାନବୀୟ ନୀତିର ନମୁନା ପ୍ରସଙ୍ଗରେ ରେ ଗର୍ଜିଛନ୍ତି ବିରୋଧୀ।
ଗୃହ ଆରମ୍ଭ ହେବା ସହ ରାଜ୍ୟର ସମସ୍ତ ମନ୍ଦିର ଖୋଲିବାକୁ ଗୃହରେ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଅନ୍ୟ ରାଜ୍ୟରେ ମନ୍ଦିର ଖୋଲା ଯାଉଥିବା ବେଳେ ଓଡ଼ିଶାରେ କାହିଁକି ଖୋଲିବ ନାହିଁ ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି ।
ସେହିଭଳି ଗୃହ ଆରମ୍ଭରୁ ଏନସିଆରବି ରିପୋର୍ଟକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅସଦାଚରଣରେ ଓଡ଼ିଶା ୨ୟ ନମ୍ବର ସ୍ଥାନରେ ଥିବା ବେଳେ ସାଇବର ଅପରାଧରେ ରାଜ୍ୟ ଏକ ନମ୍ବରରେ ରହିଛି । ଏନେଇ ଗୃହରେ ପ୍ରଶ୍ନ କଲେ ବି ଉତ୍ତର ମିଳୁନି, ସରକାର ଏବେ ବି ନିଦରେ ଶୋଇଛନ୍ତି । ଯାହା ରାଜ୍ୟ ପାଇଁ ଅତ୍ୟନ୍ତ ଲଜ୍ଜାଜନକ ।
ସେ କହିଛନ୍ତିଯେ, ଅସଦାଚରଣରେ ଓଡ଼ିଶା ୨ୟ re ରହିଥିବା ବେଳେ ସାଇବର ଅପରାଧରେ ପ୍ରଥମ । ଗୃହରେ ପ୍ରଶ୍ନ କଲେ ବି ଉତ୍ତର ମିଳୁନି, ସରକାର ନିଦରେ ଶୋଇଛନ୍ତି । ଏହା ରାଜ୍ୟ ପାଇଁ ଲଜ୍ଜା ବୋଲି କହିଛନ୍ତି ନରସିଂହ । ଏହାବାଦ୍ କୋଭିଡ ସେଣ୍ଟରରେ ମହିଳାଙ୍କୁ ଅସଦାଚରଣ ପ୍ରସଙ୍ଗ ଗୃହରେ ପୁଣିଥରେ ଉଠାଇ ଉତ୍ତର ଲୋଡିଛନ୍ତି ନରସିଂହ । ପୋଲିସ ଡିଜିଙ୍କୁ ଅଭିଯୋଗ କଲେ କୌଣସି ସୁଫଳ ମିଳୁନଥିବା କହିଛନ୍ତି ନରସିଂହ ।
ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତାଙ୍କ ଅଭିଯୋଗ ପରେ ଘଟଣାର ଅନୁଧ୍ୟାନ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।
କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କୃଷି ବିଲକୁ ନେଇ ବିଜେଡିର ଆଭିମୁଖ୍ୟ କଣ ସେନେଇ ପ୍ରଶ୍ନ ଉଠାଇଛନ୍ତି । କୃଷି ବିଲ୍ କୁ ନେଇ ଲୋକସଭାରେ ସମର୍ଥନ କରୁଛନ୍ତି କିନ୍ତୁ ରାଜ୍ୟସଭାରେ ବିରୋଧ କରୁଛନ୍ତି। ତେଣୁ କୃଷି ବିଲକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଦାବି କଲେ ସାଲୁଜା। ତେବେ ଏନେଇ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, କୃଷି ବିଲକୁ ଲୋକସଭାରେ ସମର୍ଥନ, ରାଜ୍ୟସଭାରେ ବିରୋଧ କଥା ଭୁଲ। ବିଜେଡି ସାଂସଦ ଲୋକସଭାରେ ବିଲକୁ ଷ୍ଟାଣ୍ଡିଂ କମିଟିକୁ ପଠାଯାଉ ସ୍ପଷ୍ଟ ଭାବେ କହିଛନ୍ତି ।