୪ ରାଜ୍ୟରେ ଏନଆଇଏର ଚଢାଉ

ଭୁବନେଶ୍ୱର : ମାଓବାଦିଙ୍କୁ ଆର୍ଥିକ ସହଯୋଗ ନେଇ ୪ ରାଜ୍ୟରେ ଚଢାଉ କରିଛି ଏନଆଇଏ । ଦେଶରେ ଏବେ ଲାଲବାହିନୀ ପୂର୍ବ ଆପେକ୍ଷା ଅଧିକ ସକ୍ରିୟ ହେବା ଆରମ୍ଭ କରିଛନ୍ତି । ଯାହାକୁ ନେଇ ବିଶେଷ ଭାବରେ କିଛି ରାଜ୍ୟରେ ଏମାନଙ୍କ ଉପଦ୍ରପ ଅଧିକ ଦେଖିବାକୁ ମିଳୁଛି । ମାତ୍ର ମାଓବାଦିଙ୍କୁ ଆର୍ଥିକ ସହଯୋଗ ମଧ୍ୟ କିଛି ଅନୁଷ୍ଠାନ ଓ ବ୍ୟକ୍ତି କ୍ରମାଗତ ଭାବରେ ଯୋଗାଇ ଆସୁଛନ୍ତି । ଏହି ଆର୍ଥିକ ସହଯୋଗ ଅଭିଯୋଗ ନେଇ ଏନଆଇଏ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ମାଓବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଣ ମାମଲା ସମ୍ବନ୍ଧୀୟ ତଦନ୍ତ ଘଟଣାରେ ଓଡିଶା, ବିହାର, ଝାଡଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶର ୨୬ ସ୍ଥାନରେ ଚଢାଉ କରିଛି ଏନଆଇଏ ।

ଅନ୍ୟପକ୍ଷରେ ଭୁବନେଶ୍ୱରରେ କିଛି ସଦିଗ୍ଧ ବ୍ୟକ୍ତିଙ୍କ ଘର ଓ କାର୍ଯ୍ୟାଳୟ ଆଦିରେ ଚଢାଉ କରାଯାଇଥିବା ସୂଚନା ମିଳିଛି । ସେହିପରି ୪ ରାଜ୍ୟର ୨୬ଟି ସ୍ଥାନରେ ଚଢାଉ କରି ମାଓବାଦି ମାନଙ୍କ ସହ ସଂଶ୍ଲିଷ୍ଠ ଥିବା ବ୍ୟକ୍ତି ମାନଙ୍କ ଖୋଳତାଡ ଆରମ୍ଭ କରିଛି ଏନଆଇଏ ।