ଦେଶରେ ସବୁଠୁ ବଡ ବ୍ୟାଙ୍କ ଠକେଇର ପର୍ଦ୍ଦାଫାସ

ନୂଆଦିଲ୍ଲୀ : ୨୮ଟି ବ୍ୟାଙ୍କକୁ ୨୨,୮୪୨ କୋଟି ଟଙ୍କା ଠକେଇ ମାମଲା ସାମ୍ନାକୁ ଆସିଛି । ଏହା ଦେଶର ସବୁଠୁ ବଡ ବ୍ୟାଙ୍କ ଠକେଇ ବୋଲି କୁହାଯାଉଛି । ଗୁଜୁରାଟର ଏବିଜି ସିପିୟାର୍ଡ ଲିମିଟେଡ୍‌, ଏହାର ନିର୍ଦ୍ଦେଶକ ଏବଂ ଅନ୍ୟମାନଙ୍କ ବିରୋଧରେ ସିିବିଆଇ ମାମଲା ଦାୟର କରିଛି । ଅପରାଧିକ ଷଡଯନ୍ତ୍ର, ପ୍ରତାରଣା, ବିଶ୍ୱାସର ଉଲ୍ଲଂଘନ ଏବଂ ସରକାରୀ ପଦବୀର ଅପବ୍ୟବହାର ଅଭିଯୋଗରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଅଭିଯୋଗ ଉପରେ ଏହି ମାମଲା ପଞ୍ଜିକୃତ ହୋଇଛି ।

ଏହା ସହିତ ଏଫଆଇଆରରେ ଅଭିଯୁକ୍ତ ଭାବରେ ନାମିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଋିଷି କମଲେଶ ଅଗ୍ରୱାଲ, ସନ୍ଥନମ୍‌ ମୁଥାସ୍ୱାମୀ, ଅଶ୍ୱିନୀ କୁମାର, ସୁଶୀଲ କୁମାର ଅଗ୍ରୱାଲ, ରବି ଭିମଲ ନେଭେଟିଆ ଏବଂ ଏବିଜି ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ୍‌ ଅଛନ୍ତି । ସୁରଟ, ଭାରୁଚ, ମୁମ୍ବାଇ ଏବଂ ଅନ୍ୟାନ୍ୟ ସ୍ଥାନରେ ଅଭିଯୁକ୍ତଙ୍କ ୧୩ଟି ଜାଗାରେ ସର୍ଚ୍ଚ କରାଯାଇଛି । ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସିବିଆଇର ଜଣେ ଅଧିକାରୀ କହିଛନ୍ତି ।