ଆଜିଠୁ ଯୋରନ୍ଦା ମେଳା ଆରମ୍ଭ

ଢେଙ୍କାନାଳ : ଆଜି ମାଘ ଚତୁର୍ଦ୍ଦଶୀ। ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଆରମ୍ଭ ହେଉଛି । ସାଧୁସନ୍ଥଙ୍କୁ ଏହି ମେଳା ଯିବାକୁ ଅନୁମତି  ମିଳିଛି। ଦୁଇଟି ଡୋଜ ଟିକା ନେଇଥିବା ସନ୍ଥମାନଙ୍କୁ ଗାଦୀ ମନ୍ଦିର ଭିତରକୁ ପ୍ରବେଶ କରିବାର ଅନୁମତି ମିଳିଛି। କୋଭିଡ୍ ଟିକା ନେଇନଥିବା ସାଧୁସନ୍ଥମାନଙ୍କ ପାଇଁ  ଟିକାକରଣର ବ୍ୟବସ୍ଥା କରାଯାଇଛି।

ଆସନ୍ତାକାଲି ମାଘ ପୂର୍ଣ୍ଣିମା ଓ ୧୭ ତାରିଖ ଦିନ ଗୁରୁ ପୂର୍ଣ୍ଣିମ। ଏହି ତିନି ଦିନ ମେଳା ପାଳନ ହେବ। ଏଥିପାଇଁ ଯୋରନ୍ଦା ମହିମା ଗାଦୀ ପୀଠରେ ବିଭିନ୍ନ ପ୍ରସ୍ତୁତି କରାଯାଇଛି।  ଆଜି ଓ ଆସନ୍ତାକାଲି ଦୁଇ ଦିନ ଏଠାରେ ସଂଧ୍ୟା ସମୟରେ ବିଶ୍ୱର ମଙ୍ଗଳ କାମନା କରି ଝାଡଦୀପ ପ୍ରଜ୍ୱଳନ କରାଯିବ। ସାଧୁସନ୍ଥଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି।