ନୂଆଦିଲ୍ଲୀ : ବେଙ୍ଗାଲୁରୁରେ ଏକ ନୂଆ କ୍ରିକେଟ ଏକାଡେମୀର ଶିଳାନ୍ୟାସ କରିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହ । ଏବେ ଏହାକୁ ନୂଆ ରୂପ ଦିଆଯିବ ବୋଲି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏହାର ଏକ ସୋସିଆଲ ମିଡିଆରେ ପୋଷ୍ଟ କରି ସେୟାର କରିଛନ୍ତି । ଏଥିରେ ନୂଆ କ୍ରିକେଟ୍ ଷ୍ଟାଡିୟମର ଭବ୍ୟତାକୁ ସ୍ଥାନିତ କରାଯାଇଛି ।
ଏକ ରିପୋର୍ଟ ମୁତହବକ ଏହି ନୂଆ କ୍ରିକେଟ୍ ଏକାଡେମୀରେ ୪୦ଟି ପ୍ରାକ୍ଟିସ ପିଚ୍ ନିର୍ମାଣ କରାଯିବା ସହ ୨୦ରୁ ଅଧିକ ଫ୍ଲଡ୍ ଲାଇଟସ ଲଗାଯିବ । ସେହିପରି ଏହି ଷ୍ଟାଡିୟମରେ ୨୫୦ ବଖରା ଘର ସହ ଏକ ଜିମ୍ ନିର୍ମାଣ କରାଯିବ । ସେହିପରି ଖେଳାଳିଙ୍କ ପାଇଁ ଏଠାରେ ସମସ୍ତ ସୁବିଧା ଉପଲବ୍ଧ ରହିବ ବୋଲି ଘୋଷଣା କରାଯାଉଛି ।