ନୂଆଦିଲ୍ଲୀ : ଆରସିବିର ନୂଆ ଅଧିନାୟକ କିଏ ହେବ ସେ ନେଇ ଜୋରଦାର ପ୍ରସ୍ତୁତ ଚାଲିଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ବିରାଟ କୋହଲି ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ଏବେ ଟିମର ନୂଆ ଅଧିନାୟକଙ୍କ ନାମ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ । କିନ୍ତୁ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ଯାହା ଶୁଣିବାକୁ ମିଳୁଛି ଯେ, ଦକ୍ଷିଣ ଆଫ୍ରିକାର ଓପନର ବ୍ୟାଟ୍ସମ୍ୟାନ ଫାଫ୍ ଡୁପ୍ଲେସିସଙ୍କୁ ଆରସିବି ଅଧିନାୟକ ନିଯୁକ୍ତି ଦେଇପାରେ । ଏନେଇ ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ଏକ ସାକ୍ଷାତକାରରେ କହିଛନ୍ତି ଯେ, ଡୁପ୍ଲେସିସଙ୍କୁ ଆରସିବି ଅଧିନାୟକ ନିଯୁକ୍ତି କରିପାରେ । ଏନେଇ ଏକ ପ୍ରକାର ସ୍ଥିର ହୋଇସାରିଛି ।
ଅନ୍ୟପକ୍ଷରେ ଆରସିବି ଏନେଇ ଘୋଷଣା କରିପାରେ । ନଚେତ ଦଳ ଡୁପ୍ଲେସିସଙ୍କ ପାଇଁ ଏତେ ଟଙ୍କାରେ କିଣିନଥାନ୍ତା । ସେହିପରି ଆକାଶ କହିଛନ୍ତି ଯେ, ସେ ଓପନର ଓ ଅଧିନାୟକ ପାଇଁ ଫିଟ୍ ଥିବା କହିଛନ୍ତି । ପୂର୍ବରୁ ଡୁପ୍ଲେସିସ କୋଲକାତା ଟିମର ନେତୃତ୍ୱ ନେଉଥିଲେ ।