ନୂଆଦିଲ୍ଲୀ : ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ । ଏହି ସିରିଜ୍ ପାଇଁ ବିସିସିଆଇ ଦଳର ଉପ ଅଧିନାୟକ ଘୋଷଣା କରିଛି । ବିସିସିଆଇ କେଏଲ ରାହୁଲଙ୍କ ସ୍ଥାନରେ ରିଷଭ ପନ୍ତଙ୍କୁ ଉପ ଅଧିନାୟକ ନିଯୁକ୍ତି ଦେଇଛନ୍ତି । କାରଣ ରାହୁଲ ଆହତ ପାଇଁ ଏହି ସିରିଜରୁ ବାହାରେ ବସିଛନ୍ତି ।
ଅନ୍ୟପକ୍ଷରେ ଟି-୨୦ ସିରିଜ୍ ପାଇଁ ରାହୁଲଙ୍କ ବଦଳରେ ଋତୁରାଜ ଗାଏକୱାଡଙ୍କୁ ଦଳରେ ସାମିଲ୍ କରାଯାଇଛି । ସେହିପରି ସ୍ପିନ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ମଧ୍ୟ ଆହତ ସମସ୍ୟା କାରଣରୁ ଏହି ସିରିଜରୁ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ଦଳରେ ସାମିଲ୍ କରାଯାଇଛି ।