କଟକ : ଆଜିର ଯୁବପୀଢି ଧିରେ ଧିରେ ନିଜ ଶିକ୍ଷାକୁ ଭୁଲି ପାଶ୍ଚାତ କରଣକୁ ପ୍ରାଧାନ୍ୟ ଦେଉଛନ୍ତି । ଏହାକୁ ସେମାନେ ଅନୁସରଣ କରି ଭାଲେଣ୍ଟାଇନ ଡେ ପାଳନ କରୁଛନ୍ତି । ଆମ ଯୁବପୀଢି ଶ୍ରବଣ କୁମାରଙ୍କ ପିତାମାତାଙ୍କ ପ୍ରତି ଭଲପାଇବା, ଜଗନ୍ନାଥ ମହାପ୍ରଭୁ ଓ ବଡଭାଇ ବଳଭଦ୍ର ଦୁଇ ଭାଇଙ୍କ ପ୍ରେମ ଭୁଲିବାକୁ ବସିଲେଣି ।
ଏହି ସଂସ୍କୃତିକୁ ଉଜ୍ଜୀବିତ କରିବା ଲାଗି ମଙ୍ଗଳାବାଗ, ମହ୍ଲାସାହିର କିଛି ଯୁବକ ପ୍ରୟାସ ଜାରି କରିଛନ୍ତି । ସେମାନେ ସାହିର ଛୋଟ ବଡ ପିଲାଙ୍କୁ ନେଇ ପିତୃମାତୃ ପୂଜନ ସହିତ ରାଷ୍ଟ୍ରମାତା ଭାରତ ମାତାଙ୍କ ଆଳତି କରିଥିଲେ ।