ପୁରୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଆସନ୍ତା ୧୯ରେ ରାଷ୍ଟ୍ରପତି ଏକ ଘରୋଇ ହୋଟେଲରେ ରାତ୍ରି ଯାପନ କରିବେ । ପୂର୍ବରୁ ରାଜଭବନରେ ରାତ୍ରିଯାପନ ନେଇ ସ୍ଥିର ହୋଇଥିବା ସୂଚନା ମିଳିଥିଲା ।
ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତିଙ୍କ ପ୍ରୋଟୋକଲ ଅନୁଯାୟୀ ରାଜଭବନରେ ଆବଶ୍ୟକୀୟ ବ୍ୟବସ୍ଥା ଓ ସୁରକ୍ଷା ଦୃଷ୍ଟିକୋଣରୁ ଏକ ଘରୋଇ ହୋଟେଲରେ ରାଷ୍ଟ୍ରପତି ଅବସ୍ଥାନ କରିବେ ବୋଲି ରାଷ୍ଟ୍ରପତି ଭାବନରୁ ସୂଚନା ମିଳିଥିବା ଜିଲ୍ଲାପାଳ କହିଛନ୍ତି । ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ସିଧାସଳଖ ରାଜଭବନ ଅଭିମୁଖେ ଓ ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ୨୦ତାରିଖରେ ଗୌଡୀୟ ମଠ ପରିଦର୍ଶନ କରି ଶରଧାବାଲିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି ।