ବ୍ରାଜିଲ : ବ୍ରାଜିଲରେ ପ୍ରବଳ ବର୍ଷା ଲାଗି ରହିଛି । ରିଓ ଡି ଜେନେରିଓରେ ପ୍ରବଳ ବର୍ଷା ହେତୁ ବନ୍ୟା ଓ ଭୂସ୍ଖଳନ ପରିସ୍ଥିତ ସୃଷ୍ଟି ହୋଇଛି । ଏହି ଭୂସ୍ଖଳନ ଯୋଗୁ ପ୍ରାୟ ୭୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏନେଇ ସ୍ଥାନୀୟ ଅଧିକାରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ଭୁସ୍ଖଳନ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ । ବର୍ତ୍ତମାନ ସୁଦ୍ଧା ୨୧ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି ।
ଅନ୍ୟପକ୍ଷରେ ଅଗ୍ନିଶମ ବିଭାଗ ଏକ ବିବୃତ୍ତିରେ କହିଛି ଯେ ଉଦ୍ଧାର କାର୍ଯ୍ୟରେ ୧୮୦ ସୈନିକ ସାମିଲ ହୋଇଛନ୍ତି । ସେଠାରେ ତିନି ଘଣ୍ଟା ମଧ୍ୟରେ ୨୫.୮ ସେମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଯାହା ମାସେ ବର୍ଷା ସହିତ ସମାନ ।