୧୧.୯୫ କୋଟି ଟଙ୍କାରେ ୨ଟି ଫ୍ଲାଟ କିଣିଲେ କାଜୋଲ

ମୁମ୍ବାଇ :ବଲିଉଡ ଅଭିନେତ୍ରୀ କାଜୋଲ ମୁମ୍ବାଇର ଜୁହୁରେ ଥିବା ଅନନ୍ୟା ବିଲଡିଂରେ ୨ଟି ଆପାର୍ଟମେଣ୍ଟ କିଣିଛନ୍ତି । ଜୁହୁର ଥିବା ଏହି ଦୁଇଟି ଫ୍ଲାଟଗୁଡିକ ବିଳାସପୂର୍ଣ୍ଣ । ଯାହାର ମୂଲ୍ୟ ପାଖାପାଖି ୧୧ କୋଟି ୯୫ ଲକ୍ଷ ଟଙ୍କା ବୋଲି ସୂଚନା ମିଳିଛି ।

ଏକ ରିପୋର୍ଟ ଅନୁଯାୟୀ ଅଭିନେତ୍ରୀ କାଜୋଲ ଏହି ଦୁଇଟି ଫ୍ଲାଟ ପାଇଁ ମୋଟା ଅଙ୍କର ଅର୍ଥ ପ୍ରଦାନ କରିଛନ୍ତି । ଉଭୟ ଫ୍ଲାଟର କାର୍ପେଟ ଏରିୟା ୨୦୦୦ ବର୍ଗଫୁଟ । କାଜୋଲର ଏହି ଫ୍ଲାଟ ତାଙ୍କ ଶିବଶକ୍ତି ବଙ୍ଗଳା ନିକଟରେ ରହିଛି ।