ସ୍ପା ସେଣ୍ଟରରେ ଅଗ୍ନିକାଣ୍ଡ ଘଟି ଦୁଇ ମୃତ

ନୂଆଦିଲ୍ଲୀ : ନୋଏଡାରେ ଏକ ସ୍ପା ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଦୁଇଜଣଙ୍କ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ, ଏହି ସ୍ପା ସେଣ୍ଟରରେ ଅଗ୍ନିକାଣ୍ଡ ବେଳେ ଏଥିରେ ୧୨ରୁ ଅଧିକ ଯୁବକଯୁବତୀ ଥିଲେ । ତେବେ ଏଥିରେ ୧୦ଜଣ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଏହି ଅଗ୍ନିକାଣ୍ଡ ଘଟଣାର ଖବର ପାଇଁ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ôଚ ନିଆଁକୁ ଆୟତ କରିବା ସହ ଦୁଇଜଣଙ୍କ ମୃତଦେହକୁ ମଧ୍ୟ ଉଦ୍ଧାର କରିଥିଲା । ତେବେ କେଉଁ କାରଣରୁ ଏହି ସେଣ୍ଟରରେ ନିଆଁ ଲାଗିଥିଲା ତାହା ଏପର୍ଯ୍ୟନ୍ତ ସୂଚନା ମିଳିପାରିନାହିଁ । ଅନ୍ୟପକ୍ଷରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।