୪ ବର୍ଷରୁ କମ ପିଲାଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ୪ ବର୍ଷରୁ କମ ପିଲାଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ କରାଯିବା ସହ ସେମାନଙ୍କ ପାଇଁ ସିଟ୍‌ବେଲ୍ଟ ବି ବାଧ୍ୟ । ବାଇକରେ ଯାଉଥିବା ୪ବର୍ଷର କମ୍‌ ପିଲାଙ୍କ ପାଇଁ ହେଲମେଟ ଓ ସୁରକ୍ଷା ବେଲ୍ଟ ବାଧ୍ୟତାମୂଳକ କରାଯାଇଛି । ଏନେଇ ସଡକ ପରିବହନ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି ହୋଇଛି । ସେହିପରି ବାଇକରେ ପିଲାଙ୍କୁ ବସି ଗାଡି ଚଳାଇବା ବେଳେ ଗାଡିର ସ୍ପିଡ୍‌ ଘଣ୍ଟା ପ୍ରତି ୪୦ରୁ ଅଧିକ ରହିପାରିବ ନାହିଁ । ଏହି ନିୟମ ଆସନ୍ତା ବର୍ଷରୁ ଲାଗୁ ହେବ ବୋଲି ଜଣାପଡିଛି । ଛୋଟପିଲାଙ୍କ ସୁରକ୍ଷାକୁ ପାଇଁ ଏହ ନୂଆ ନିୟମ ଘୋଷଣା କରାଯାଇଛି ।

ଅନ୍ୟପକ୍ଷରେ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଏହି ନୂଆ ନିୟମର ଉଲ୍ଲଂଘନ କଲେ ୧୦୦୦ ଟଙ୍କା ଜରିମାନା ଗଣିବାକୁ ପଡିବ ଓ ୩ ମାସ ପାଇଁ ଲାଇସେନ୍ସକୁ ବାତିଲ କରି ଦିଆଯିବ ।