ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତ ନିଜ ବିବାହ ଭାଙ୍ଗିବା ଯୋଗୁ ଲାଇମ୍ ଲାଇଟ୍ରେ ଅଛନ୍ତି। ଗୋଟିଏ ବିବାହ ଭାଙ୍ଗିବା ପରେ ରାକ୍ଷୀ ତୁରନ୍ତ ଆଉ ଏକ ବିବାହ ପାଇଁ ପ୍ଲାନିଂ ଆରମ୍ଭ କରି ଦେଇଛନ୍ତି। ତାଙ୍କ ପ୍ଲାନ୍ ଶୁଣି ଫ୍ୟାନ୍ମାନେ ବି ଦ୍ୱନ୍ଦ୍ୱରେ ଅଛନ୍ତି ଯେ ପ୍ରକୃତରେ ରାକ୍ଷୀଙ୍କୁ କେମିତି ବର ଦରକାର। ରାକ୍ଷୀ ନିଜ ନୂଆ ବିବାହ ପ୍ଲାନ୍ ସମ୍ପର୍କରେ ମିଡିଆକୁ କହିଛନ୍ତି ଯେ ମୋ ବାପାଙ୍କ ଇଚ୍ଛା ଥିଲା ମୁଁ ଜଣେ ପୋଲିସ ଅଫିସରଙ୍କୁ ବିବାହ କରେ। କିନ୍ତୁ ମୋର ଅଲଗା ଇଚ୍ଛା ଥିଲା। ଏବେ ମୁଁ ପୁଣିଥରେ ମୋ ଇଚ୍ଛାରେ ବାହା ହେବାକୁ ଚିନ୍ତା କରଛି।
ରାକ୍ଷୀ କହିଛନ୍ତି, ଏବେ ମୁଁ ଜଣେ ବଡ଼ କ୍ରିକେଟରଙ୍କୁ ବିବାହ କରିବାକୁ ଚାହୁଁଛି। ତେବେ ସେ କାହାକୁ ପସନ୍ଦ କରୁଛନ୍ତି ସେ ନେଇ କିଛି କହିନାହାନ୍ତି। ସୂଚନାଯୋଗ୍ୟ ଯେ ବିଗ୍ ବସ୍ ୧୪ ଓ ୧୫ ଆରମ୍ଭ ହେବା ପୂର୍ବରୁ ହିଁ ରାକ୍ଷୀ ଦୀପକ କଲାଲଙ୍କ ସହ ବାହାଘରର ଡ୍ରାମା କରିଥିଲେ। ଏହା ପରେ ଦୀପକଙ୍କ ସହ ତାଙ୍କ ସମ୍ପର୍କ ଛିନ୍ନ ହୋଇଥିଲା ଓ ସେ ସିକ୍ରେଟ୍ ବିବାହ ଫଟୋ ସେୟାର କରିଥିଲେ। ସେ ରିତେଶଙ୍କୁ ବିବାହ କରିଥିବା ନେଇ ଦାବି କରିଥିଲେ। କିନ୍ତୁ ବିଗ୍ବସ୍ ୧୫ ସହ ରାକ୍ଷୀଙ୍କ ସହ ରିତେଶଙ୍କ ସମ୍ପର୍କ ବି ସରିଯାଇଛି।