ମହିଳା କ୍ରିକେଟ : ଭାରତର କ୍ରମାଗତ ପରାଜୟ

କ୍ୱିନ୍ସଲାଣ୍ଡ : ନ୍ୟୁଜିଲାଣ୍ଡ-ଭାରତୀୟ ମହିଳା ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ଭାରତର କ୍ରମାଗତ ପରାଜୟ ସ୍ୱୀକାର କରିଛି । ଏଠାରେ ଖେଳାଯାଇଥିବା ତୃତୀୟ ମ୍ୟାଚରେ ଟିମ ୩ ୱିକେଟରେ ପରାଜିତ ହୋଇଛି । ଫଳରେ ନ୍ୟୁଜିଲାଣ୍ଡ ମହିଳା ସିରିଜରେ ଟିମ ୩-୦ର ଜିତି ଆଗୁଆ ରହିଛି । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪୯.୩ ଓଭର ରେ ସମସ୍ତ ୱିକେଟ ହରାଇ ୨୭୯ ରନ କରିଥିଲା, ଯାହା ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ସ୍କର ଥିଲା ।
ଜବାବରେ ନ୍ୟୁଜିଲାଣ୍ଡ ୪୯.୧ ଓଭରରେ ୭ ୱିକେଟ ହରାଇ ୨୮୦ ରନ୍‌ କରି ବିଜୟୀ ହୋଇଥିଲା । ସେହିପରି ଟାର୍ଗେଟର ପିଛା କରୁଥିବା ନ୍ୟୁଜିଲାଣ୍ଡ ପକ୍ଷରୁ ଆମେଲିଆ କେର ସର୍ବାଧିକ ୮୦ ବଲରେ ୬୭ ରନ କରିଥିଲେ । ତାଙ୍କ ବ୍ୟତୀତ ଲରେନ୍‌ ଡାଉନ ୫୨ ବଲରେ ୬୪ ରନର ଅପରାଜିତ ଇନିଂସ ଖେଳିଥିଲେ ।

ସେହିପରି ଏମି ସାଟରଥୱେଟ ୭୬ ବଲରେ ୫୯ ରନର ଯୋଗଦାନ କରିଥିବା ବେଳେ କେଟି ମାର୍ଟିନ୍‌ ୩୫ ଓ ମ୍ୟାଡି ଗ୍ରୀନ ୨୪ ରନ କରିଥିଲେ । ଭାରତ ପକ୍ଷରୁ ଝୁଲନ ଗୋସ୍ୱାମୀ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିବା ବେଳେ ଦୀପ୍ତି ଶର୍ମା, ରେଣୁକା ସିଂହ, ଏକତା ବିଷ୍ଟ ଓ ସ୍ନେହ ରାଣାଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ଟସ ହାରି ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ଦୁଇ ଓପ୍ନର ମେଘନା ଓ ଶେଫାଳୀ ଭଲ ଆରମ୍ଭ କରି ପ୍ରଥମ ୱିକେଟ ପାଇଁ ୧୦୦ ରନର ପାର୍ଟନରଶିପ୍‌ ଉଠାଇଥିଲେ । ସେହିପରି ଦୀପ୍ତି ଶର୍ମା ୬୯ ବଲ୍‌ରେ ୬୯ ରନ୍‌ କରି ଅପରାଜିତ ଥିଲେ ।
ଏହି ଜିତି ବ୍ୟାଟରଙ୍କ ବ୍ୟତୀତ ଭାରତ ପକ୍ଷରୁ ମିତାଲି ରାଜ ୨୩, ୟାସ୍ତିକା ଭାଟିଆ ୧୯ ଓ ହରମନପ୍ରୀତ କୌର ୧୩ ରନର ଯୋଗଦାନ ଦେଇଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ହନ୍ନା ରୋଭେ ଓ ରୋଜମେରୀ ମାୟର ଦୁଇଟି ଲେଖାଏଁ ୱିକେଟ୍‌ ନେଇଥିଲେ । ସେହିପରି ସୋଫି ଡିଭାଇନ, ଆମେଲିଆ କେର, ଫ୍ରାନ୍ସିସ ମାକେ ଓ ଏମି ସାଟରଥୱେଟଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।