‘ଦି କାଶ୍ମୀର ଫାଇଲ୍ସ’ ଟ୍ରେଲର ରିଲିଜ୍

ମୁମ୍ବଇ: କାଶ୍ମୀର ନରସଂହାର ପୀଡ଼ିତଙ୍କ ସତ୍ୟ ଘଟଣା ଉପରେ ଆଧାରିତ ଏକ ହୃଦୟସ୍ପର୍ଶୀ ଚଳଚ୍ଚିତ୍ର ‘ଦି କାଶ୍ମୀର ଫାଇଲ୍ସ’ର ଟ୍ରେଲର ରିଲିଜ୍ ହୋଇଛି । ସେ ସମୟରେ କାଶ୍ମୀରରେ ଖେଳିଯାଇଥିବା ଆତଙ୍କ, ଭ୍ରମ ଓ ଭୟଙ୍କର ଘଟଣାଗୁଡ଼ିକର ଏକ ଝଲକ୍‌ ଦେଖାଇ ‘ଦି କାଶ୍ମୀର ଫାଇଲ୍ସ’ର ଟ୍ରେଲର ଆପଣଙ୍କୁ ଫେରାଇନେବ ଅତୀତର ସେହି ଦୁଃଖଦ ସମୟକୁ। ସୋମବାର ଚଳଚ୍ଚିତ୍ରର ଟ୍ରେଲର ରିଲିଜ୍ ହୋଇଥିବା ବେଳେ ଦର୍ଶକ ଏହାକୁ ଖୁବ୍‌ ଭଲପାଇବା ଦେଉଥିବା ଦେଖିବାକୁ ମିଳିଛି।

ବିବେକ ଅଗ୍ନିହୋତ୍ରୀଙ୍କ ଦ୍ବାରା ନିର୍ଦେଶିତ ଏହି ଚଳଚ୍ଚିତ୍ର ଆସନ୍ତା ମାର୍ଚ୍ଚ ୧୧ ତାରିଖରେ ପରଦାକୁ ଆସିବ। ଜାତୀୟ ପୁରସ୍କାର ବିଜେତା ପଲ୍ଲବୀ ଜୋଶୀ, ପ୍ରକାଶ ବେଲାୱଡ଼ି, ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର, ଭାଷା ସୁମ୍ବଲୀ, ଚିନ୍ମୟ ମଣ୍ଡଲେକର, ପୁନୀତ ଇସର, ମୃଣାଳ କୁଲକର୍ଣ୍ଣୀ, ଅତୁଲ ଶ୍ରୀବାସ୍ତବ ଓ ପୃଥ୍ବୀରାଜ ସରନାଇକଙ୍କ ଭଳି ଅନେକ ଲୋକପ୍ରିୟ କଳାକାର ‘ଦି କାଶ୍ମୀର ଫାଇଲ୍ସ’ରେ ଅଭିନୟ କରିଛନ୍ତି। ଟ୍ରେଲରେ କଶ୍ମୀର ପଣ୍ଡିତଙ୍କ ଦୁଃଖଭରା କାହାଣୀର ଝଲକ୍‌ ଦେଖିବାକୁ ମିଳିଛି।