ବନ୍ଧୁଙ୍କ ଆରୋଗ୍ୟ କାମନା କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବନ୍ଧୁ ତଥା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ଫାଷ୍ଟ୍‌ ଲେଡି ମେଲାନିଆଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ତାଙ୍କର ଓ ତାଙ୍କ ପତ୍ନୀଙ୍କର କୋଭିଡ୍-୧୯ ପରୀକ୍ଷା ପଜିଟିଭ୍ ଆସିଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌ ଘୋଷଣା କରି ଟୁଇଟ୍‌ କରିବାର ପରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରିଥିଲେ, ମୋର ବନ୍ଧୁ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ଫାଷ୍ଟ୍‌ ଲେଡିଙ୍କ ଆଶୁ ଆରୋଗ୍ୟ ଓ ସୁସ୍ବାସ୍ଥ୍ୟ କାମନା କରୁଛି।

ପୂର୍ବରୁ ଟ୍ରମ୍ପ୍ ଟୁଇଟ୍ କରିଥିଲେ, ଆଜି ରାତିରେ ଫାଷ୍ଟ୍‌‌ ଲେଡି ଓ ମୁଁ କୋଭିଡ୍-୧୯ ପଜିଟିଭ୍ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି। ତୁରନ୍ତ ଆମର କ୍ବାରେଣ୍ଟିନ୍ ଓ ଚିକିତ୍ସା ବ୍ୟବସ୍ଥା ଆରମ୍ଭ କରିବୁ। ଏକାଠି, ଆମେ ଏଥିରେ ସଫଳ ହେବୁ ବୋଲି ଲେଖିଥିଲେ ।